www.samajalive.in
Saturday, December 6, 2025
15.1 C
Bhubaneswar

ଦେଶ ଏକ ମିଶନ ମୋଡରେ ଅଗ୍ରଗତି କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବକ୍ତବ୍ୟ ରଖିଛନ୍ତି। ସଂସଦ ବାହାରେ ଗଣମାଧ୍ୟମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମା ଲକ୍ଷ୍ମୀଙ୍କ କୃପାରୁ ଦେଶର ପ୍ରତି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଉପକୃତ ହେଉଛନ୍ତି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ୭୫ ବର୍ଷ ପୂର୍ତ୍ତି ଦେଶର ପ୍ରତି ନାଗରିକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଗଣତାନ୍ତ୍ରିକ ବିଶ୍ୱରେ ଭାରତର ଏହି ଶକ୍ତି ଦେଶ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପକ୍କା କରିପାରିଛି। ତୃତୀୟ ଥର ପାଇଁ ଦେଶର ନାଗରିକ ତାଙ୍କୁ ଶାସନ ଦାୟିତ୍ୱଭାର ଦେଇଥିବାରୁ ସେ ବିଶେଷ କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ତୃତୀୟ ପାଳିରେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ସରକାର ଚେଷ୍ଟା କରୁଛନ୍ତି। ଭୌଗୋଳିକ, ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଏକ ମିଶନ ମୋଡରେ ଦେଶ ଅଗ୍ରଗତି କରୁଥିବା ସେ କହିଛନ୍ତି। ଦେଶର ଅର୍ଥନୈତିକ ପ୍ରଗତି ପଥରେ ପ୍ରସ୍ତୁତ କରାଯାଇଥିବା ରୋଡମ୍ୟାପକୁ ସାକାର ରୂପ ଦେବା ପାଇଁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯାଉଛି। ସବୁଥର ପରି ଚଳିତ ଅଧିବେଶନ ବହୁ ଐତିହାସିକ ଦିନ ଦେଖିବ। ଶନିବାର ସଦନରେ ବଜେଟ ଉପସ୍ଥାପନ କରାଯିବ। ସବୁ ଆଲୋଚନା, ପ୍ରତ୍ୟାଲୋଚନା ପରେ ଦେଶର ହିତ ପାଇଁ ଆଇନ ପ୍ରଣୟନ କରାଯିବ। ନାରୀଶକ୍ତି ଜାଗରଣ ଅଧୀନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ପ୍ରତି ମହିଳାଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ଜୀବନ ଅତିବାହିତ କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବ। ଚଳିତ ଅଧିବେଶନରେ ଏନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ସଂସ୍କାର, କାର୍ଯ୍ୟାନ୍ୱୟନ, ପରିବର୍ତ୍ତନକୁ ସରକାର ବିଶେଷ ପ୍ରାଧାନ୍ୟ ଦେବେ। ବିକାଶ ପ୍ରସଙ୍ଗରେ ସଂସ୍କାରକୁ ବିଶେଷ ଫୋକସ କରାଯିବ। ସାଧାରଣ ଲୋକଙ୍କ ସହଭାଗିତାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର‌୍ୟ୍ୟ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories