www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ପରିସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବ ଦିଲ୍ଲୀର ବିଭିନ୍ନ ଭାଗରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ସଂପର୍କରେ ବୁଧବାର ସମୀକ୍ଷା କରିଛନ୍ତି। ସେହିସବୁ ସ୍ଥାନରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ପୁଲିସ ଓ ଆଇନ୍‍ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି ବୋଲି ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ଶାନ୍ତି ସଦ୍‍ଭାବନା ହେଉଛି ଦେଶର ମୌଳିକ ଭିତ୍ତିଭୂମି ଓ ପ୍ରତ୍ୟେକଙ୍କୁ ଶାନ୍ତି ଏବଂ ଭ୍ରାତୃଭାବକୁ ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଯେତେଶୀଘ୍ର ସମ୍ଭବ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରିଆସିବା ଅତ୍ୟନ୍ତ ଜରୁରି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‍ କମିଶନର ଅମୂଲ୍ୟ ପଟ୍ଟନାୟକ କହିଛନ୍ତି, ଉତ୍ତରପୂର୍ବ ଦିଲ୍ଲୀରେ ମୋଟାମୋଟି ଭାବେ ସ୍ୱାଭାବିକ ଅବସ୍ଥା ଫେରି ଆସିଛି। ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ବରିଷ୍ଠ ଅଫିସରମାନେ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଓ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଅତିରିକ୍ତ ଯବାନମାନଙ୍କୁ ମୁତୟନ କରାଯାଇଛି। ଲୋକମାନଙ୍କ ମନରୁ ଭୟ ଦୂର କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ
ନିଆଯାଉଛି ସେ କହିଛନ୍ତି। ତେବେ ହିଂସା ଜନିତ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories