www.samajalive.in
Sunday, December 14, 2025
26.1 C
Bhubaneswar

ମୋଦୀଙ୍କ ସମ୍ପତ୍ତି ୯ ମାସରେ ବଢ଼ିଛି ୨୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି ପରିମାଣ ୩ କୋଟି ୭ ଲକ୍ଷ ୬୮ ହଜାର ୮୮୫ ଟଙ୍କା। ଗତ ବର୍ଷ ଜୁନ୍ ୩୦ ସୁଦ୍ଧା ମୋଦୀଙ୍କ ସମ୍ପତ୍ତିର ପରିମାଣ ୨ କୋଟି ୮୫ କୋଟି ଟଙ୍କା ଥିଲାବେଳେ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୯ ମାସ ମଧ୍ୟରେ ଏଥିରେ ପ୍ରାୟ ୨୨ ଲକ୍ଷ ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀଙ୍କ ୱେବ୍‌ସାଇଟ୍‌​‌େ​‌ର ଉପଲବ୍ଧ ତଥ୍ୟ ଅନୁଯାୟୀ, ମୋଦୀଙ୍କର ନିଜସ୍ବ ଗାଡି ନାହିଁ। ଗହଣା କହିଲେ ୧.୪୮ ଲକ୍ଷ ଟଙ୍କା ମୂଲ୍ୟର ୪ଟି ସୁନା ମୁଦି। ଏତଦ୍‌ ବ୍ୟତୀତ ୮ଲକ୍ଷ ୯ ହଜାର ଟଙ୍କାର ଜାତୀୟ ସଞ୍ଚୟ ପ୍ରମାଣପତ୍ର, ୧.୫ ଲକ୍ଷ ଟଙ୍କାର ଜୀବନ ବୀମା ରହିଛି। ବ୍ୟାଙ୍କରେ ମୋଟ ଜମା ପରିମାଣ ୧.୮୬ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ କୌଣସି ନୂଆ ସମ୍ପତ୍ତି କିଣି ନାହାନ୍ତି। ୨୦୦୨ରେ କିଣାଯାଇଥିବା ତାଙ୍କର ଏକମାତ୍ର ଆବାସିକ ସମ୍ପତ୍ତିର ମୂଲ୍ୟ ଏବେ ୧.୧ କୋଟି ଟଙ୍କା। ମୋଟ ୧୪,୧୨୫ ବର୍ଗଫୁଟ ଜମିରୁ ୩,୫୩୧ ବର୍ଗଫୁଟ ମୋଦୀଙ୍କ ନାମରେ ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories