www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ୧୨ରୁ ୧୪ ବର୍ଷ ବୟସର ସମସ୍ତେ ନିଅନ୍ତୁ ଟିକା

ନୂଆଦିଲ୍ଲୀ: ଦେଶର ୧୨ରୁ ୧୪ ବର୍ଷ ବୟସର ସମସ୍ତ ପିଲାମାନଙ୍କୁ କରୋନା ପ୍ରତିଷେଧକ ଟିକା ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜାତୀୟ ଟୀକାକରଣ ଦିବସ ଅବସରରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ନାଗରିକମାନଙ୍କ ଟିକାକରଣ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ସେ କହିଛନ୍ତି, ଆଜିଠାରୁ କିଶୋରମାନେ ପ୍ରତିଷେଧକ ଟିକା ନେଇ ପାରିବେ।


ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିଷେଧକ ଟିକାମାନ ଉତ୍ପାଦିତ ହୋଇଛି ଓ ସେଗୁଡ଼ିକର ସଠିକ୍‍ ଯାଞ୍ଚ ପରେ ସରକାର ସେଗୁଡ଼ିକୁ ଅନୁମତି ପ୍ରଦାନ କରିଛନ୍ତି। କରୋନା ମୁକାବିଲାରେ ଭାରତର ସ୍ଥିତି ଭଲ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ଭାରତର ନୀତି ଅନୁସାରେ ଅନେକ ଦେଶକୁ ମୈତ୍ରୀ କାର୍ଯ୍ୟକ୍ରମରେ କରୋନା ପ୍ରତିଷେଧକ ଟିକା ଦିଆଯାଇଛି। ଭାରତର ପ୍ରତିଷେଧକ ଟିକାଗୁଡ଼ିକ ସହାୟତାରେ ବିଶ୍ୱର ବିଭିନ୍ନ ଦେଶ କରୋନା ମୁକାବିଲା କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ପ୍ରତ୍ୟେକ ଲୋକ କରୋନା ନିୟମଗୁଡ଼ିକର ସଠିକ୍‍ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories