ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟେରାଙ୍କ ଆତଙ୍କରାଜ ଦେଖାଯାଇଛି। ଆଜି ଭୁବନେଶ୍ୱର ଉପକଣ୍ଠ ଯାଆଁଳାରେ ଏକ ଗହଣା ଦୋକାନୀରୁ ଦୁର୍ବୃତ୍ତ ଲୁଟ କରିଛନ୍ତି। ଗହଣା ଦୋକାନରେ ଦୋକାନୀ ଓ କର୍ମଚାରୀଙ୍କୁ କେମିକାଲ ସିଞ୍ଚନ କରିବା ପରେ ଲୁଟ କରିଥିଲେ। ଲୁଟ ପରେ ଘଟଣାସ୍ଥଳରୁ ଫେରାର ହୋଇ ଯିବା ସମୟରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିବା ସମୟରେ ସେମାନେ ଗୁଳିଚାଳନା କରି ଉକ୍ତ ସ୍ଥାନରୁ ଖସି ପଳାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



