www.samajalive.in
Wednesday, December 10, 2025
16.1 C
Bhubaneswar

ସେପ୍ଟେମ୍ବର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିବେ। ଜୋ ବାଇଡେନ ପ୍ରଶାସନ ଚଳିତ ବର୍ଷ ଜାନୁଆରୀରେ କ୍ଷମତାକୁ ଆସିବା ପରେ ମୋଦିଙ୍କର ଏହା ପ୍ରଥମ ଆମେରିକା ଗସ୍ତ ହେବ। ତେବେ ଏ ସମ୍ପର୍କରେ ସରକାରୀ ସ୍ତରରେ ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇନାହିଁ। ତେବେ ବିଶ୍ୱସ୍ତ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୩ କିମ୍ବା ୨୪ରେ ଆମେରିକା ଗସ୍ତରେ ଯିବେ। ମୋଦି ଓ ବାଇଡେନ ଇତିମଧ୍ୟରେ ବହୁବାର ଭର୍ଚୁଆଲ ଉପାୟରେ ବୈଠକରେ ସାମିଲ ହୋଇସାରିଛନ୍ତି। ଏହା ପୂର୍ବରୁ ମୋଦି ୨୦୧୯ରେ ଆମେରିକା ଗସ୍ତରେ ଯାଇ ହଷ୍ଟନରେ ‘ହାଉଡି ମୋଦି’ ଶୀର୍ଷକରେ ଭାରତୀୟ ମୂଳ ନିବାସୀଙ୍କର ଏକ ବିଶାଳ ସମାବେଶରେ ଯୋଗଦେଇଥିଲେ। ସେହି ସମୟରେ ଡୋନାଲଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଥିଲେ। ମୋଦି ତାଙ୍କ ଗସ୍ତ କାଳରେ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିକୁ ଯିବେ। ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପୃଷ୍ଠଭୂମିରେ ମୋଦିଙ୍କର ଏହି ଆମେରିକା ଗସ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ଆମେରିକା ଗସ୍ତରେ ଥିବା ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା କହିଛନ୍ତି, ମୋଦିଙ୍କର ଏହି ଗସ୍ତ କାଳରେ କ୍ୱାଡ ବୈଠକ ଆୟୋଜିତ ହେବା ସମ୍ଭାବନା ରହିଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories