www.samajalive.in
Tuesday, December 9, 2025
15.1 C
Bhubaneswar

ଆବାସ ଯୋଜନା ଠାରୁ ବହୁ ଦୂରରେ ହୁଲାସ

ବେଗୁନିଆ : ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ କୋକସିଂହ ଗ୍ରାମରେ ଜଣେ ନିରାଶ୍ରୟା ବିଧବା ମହିଳା ସରକାରୀ ଆବାସ ଯୋଜନାରେ ମିଳୁଥିବା ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ମଧ୍ୟ କେହି ତାଙ୍କର ଦୁଃଖ ଶୁଣୁନଥିବାର ସେ ଅଭିଯୋଗ କରିଛନ୍ତି ।ସମ୍ପୃକ୍ତ ଗ୍ରାମର ସ୍ବର୍ଗତ ନବ ରାଉତରାୟଙ୍କର ପତ୍ନୀ ହୁଲାସ ରାଉତରାୟ(୭୦)।ସ୍ୱାମୀ ମୃତ୍ୟୁ ବରଣ କରିବାର ୨୦ ବର୍ଷ ହେଲାଣି ।ତାଙ୍କର ୩ ଟି ଝିଅ ବାହା ହୋଇ ଯାଇଥିବାବେଳେ ୩ ଟି ପୁଅ ମଧ୍ୟରୁ ବଡ ପୁଅ କଲିକତାରେ ବାହା ହୋଇ ରହିଛି ।ଅନ୍ୟ ଦୁଇ ପୁଅ ବେରୋଜଗାରିଆ ହୋଇଥିବାବେଳେ ହୁଲାସ ଛେଳି ଜଗି ଯାହା ରୋଜଗାର କରନ୍ତି ଏବଂ ଭତ୍ତା ଟଙ୍କା ଓ ମିଳୁଥିବା ରାସନ ଚାଉଳକୁ ନେଇ ତିନି ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଓଳିଏ ଖାଇଲେ ଓଳିଏ ଉପବାସ ରହି ଥାଆନ୍ତି ।
ସରକାରୀ ଆବାସ ଯୋଜନା ଠାରୁ ହୁଲାସଙ୍କ ପରିବାର ଏବେ ବହୁ ଦୂରରେ ।ଅର୍ଥ ଅଭାବରୁ ସେ ରହୁଥିବା ଭଙ୍ଗା କୁଡ଼ିଆଟି ଚାଳ ଛପର କରି ନ ପାରିବା ଯୋଗୁଁ ଖରା ଦିନେ ଘର ଭିତରେ ଖରା ଏବଂ ବର୍ଷାଦିନେ ଘରଭିତରେ ବର୍ଷା ହେଉଛି ।ଫଳରେ ଘରେ ରହିବା ସମ୍ଭବ ହେଉନାହିଁ ।ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପଂଚାୟତରେ ଅନେକ ଥର ହୁଲାସ ଆବେଦନ କରିଥିଲେ ମଧ୍ୟ କେହି ତାଙ୍କ ଦୁଃଖ ପ୍ରତି ସମବେଦନା ଜଣାଇନାହାଁନ୍ତି ।ପଞ୍ଚାୟତରୁ ନ୍ୟାୟ ନପାଇ ଗତ ଜୁନ ମାସ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତରାଜ ବିଭାଗ ଶାସନ ସଚିବ ଙ୍କୁ ଘର ଖଣ୍ଡିଏ ପାଇବା ପାଇଁ ଆବେଦନ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏବଂ ପଞ୍ଚାୟତରାଜବିଭାଗ ଶାସନ ସଚିବ ବେଗୁନିଆ ବିଡ଼ିଓ ଙ୍କୁ ଚିଠି କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଥିଲେ । ଏଥିରେ କୌଣସି ସୁଫଳ ନମିଳିବାରୁ ହୁଲାସ ସୂଚନା ଅଧିକାର ଆଇନ ବଳରେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବେଗୁନିଆ ବିଡ଼ିଓଙ୍କୁ ଜୁନ ୧୪ ତାରିଖରେ ଉପରିସ୍ଥ ଅଧିକାରୀଙ୍କ ଚିଠି ଉପରେ କଣ ପଦକ୍ଷେପ ନିଆଯାଇଛି ବୋଲି ତଥ୍ୟ ମାଗିଥିଲେ ।ଶାସନସଚିବ ବେଗୁନିଆ ବିଡ଼ିଓ ଙ୍କୁ ଚିଠି ନଂ୭୦୨ ରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ।କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଶାସନିକ ସ୍ତରରେ କେହି ତାଙ୍କ କଥା ଶୁଣୁନଥିବାରୁ ସେ ନିଜ ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆରେ ପଡି ରହିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ୟ୍ୟର କଥା ଗତ ମାସ ୧୯ ତାରିଖରେ ବେଗୁନିଆ ବ୍ଲକ ପି ଆଇ ଓ ହୁଲାସଙ୍କୁ କରିଥିବା ଚିଠି ନଂ ୧୫୭୬ ରେ ଦରକାରୀ ବୃତ୍ତାନ୍ତ ଦିଆଗଲା ବୋଲି ଚିଠିରେ ଉଲ୍ଲେଖ କରିଥିବା ବେଳେ ତଳେ କିଛି ନଲେଖି ତାଙ୍କୁ ଭୁଆଁ ଭୁଲାଯାଇଛି ବୋଲି ହୁଲାସ  ଅଭିଯୋଗ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories