ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଏକ ବର୍ଷ ପରେ ବୁଧବାର ପ୍ରଥମଥର ପାଇଁ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ବ୍ୟକ୍ତିଗତ ଭାବେ ପ୍ରତ୍ୟକ୍ଷ ଅଧ୍ୟକ୍ଷତା କରିଛନ୍ତି। ସମସ୍ତ ସଦସ୍ୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶେଷ କ୍ୟାବିନେଟ୍ ବୈଠକ ଗତବର୍ଷ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ହୋଇଥିଲା। ତେବେ କୋଭିଡ ସଂକ୍ରମଣ ଯୋଗୁ ଲକ୍ଡାଉନ ସମୟରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ହେଉଥିଲା।
ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଏହି କ୍ୟାବିନେଟ ବୈଠକକୁ ଗୁରୁତ୍ବପୁର୍ଣ୍ଣ ବିବେଚନା କରାଯାଉଛି।



