www.samajalive.in
Thursday, December 11, 2025
18.1 C
Bhubaneswar

ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ; ୧୧ଟି ରାଜିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରାଜିଲ ରାଷ୍ଟ୍ରପତି ଜୟେର୍‍ ମେସିଆସ୍‍ ବୋଲ୍‍ସୋନାରୋଙ୍କ ମଧ୍ୟରେ ଶନିବାର ନୂଆଦିଲ୍ଲୀଠାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।  ଆଲୋଚନା ଶେଷରେ ଦୁଇ ଦେଶ ମଧ୍ୟରେ ୧୧ଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ଭାରତକୁ ୪ ଦିନ ସ୍ତରେ ଆସି ଶ୍ରୀ ବୋଲ୍‍ସୋନାରୋ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କ ସହ ୮ ଜଣ ମନ୍ତ୍ରୀ, ୪ ଜଣ ସାଂସଦ, ବହୁ ବରିଷ୍ଠ ଅଫିସର ଓ ଏକ ବଡ଼ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଏକ ଟ୍ୱିଟ୍‍ ବାର୍ତ୍ତାରେ କହିଛନ୍ତି ତାଙ୍କର ଏହି ଗସ୍ତ ଦୁଇଦେଶ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଶନିବାର ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Image Source : PIB

ଏକ ବିବୃତ୍ତିରେ ଶ୍ରୀ ବୋଲ୍‍ସୋନାରୋ କହିଛନ୍ତି ତାଙ୍କର ଏହି ଗସ୍ତ ଦ୍ୱାରା ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ଅନେକଗୁଣ ବୃଦ୍ଧି ପାଇବ ।  ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଶ୍ରୀ ବୋଲ୍‍ସୋନାରୋଙ୍କୁ ଆଜି ସକାଳେ ସାକ୍ଷାତ କରିଥିବାର ଜଣାପଡ଼ିଛି । ସେ କହିଛନ୍ତି, ଶ୍ରୀ ବୋଲସୋନାରୋଙ୍କ ଭାରତ ଗସ୍ତ ଦ୍ୱିପକ୍ଷୀୟ ସହଯୋଗ ପାଇଁ ନୂଆନୂଆ ସୁଯୋଗ ସୃଷ୍ଟି କରିବ। ଶ୍ରୀ ବୋଲସୋନାରୋ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ । ତାଙ୍କର ସମ୍ମାନାର୍ଥେ ଶ୍ରୀ କୋବିନ୍ଦ ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories