ନୂଆଦିଲ୍ଲୀ : ୭୧ତମ ସାଧାରଣତନ୍ତ୍ର ଦିବସକୁ ମହାଆଡ଼ମ୍ବରରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜାତୀୟ ରାଜଧାନୀର ରାଜପଥରେ ରବିବାର ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।
ଚଳିତବର୍ଷ ବ୍ରାଜିଲ୍ ରାଷ୍ଟ୍ରପତି ଜାୟେଦ୍ ମେସିଅସ୍ ବୋଲସୋନାରୋ ଏହି ଉତ୍ସବର ମୁଖ୍ୟଅତିଥି ହେବେ। ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ। ତେବେ ଚଳିତ ବର୍ଷ ପରେଡର ମୁଖ୍ୟ ଆକର୍ଷଣ ହେଉଛି ନିକଟରେ ସେନାରେ ସାମିଲ ହୋଇଥିବା ଚିକୁନ ଏବଂ ଆପାଚେ ହେଲିକପ୍ଟର। ଏହା ବ୍ୟତୀତ ସୁଖୋଇ ଏବଂ ଅତ୍ୟାଧୁନିକ ହାଲୁକା ହେଲିକପ୍ଟରର ଫ୍ଲାଇଂ ପାଷ୍ଟ । ଇତିମଧ୍ୟରେ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।



