www.samajalive.in
Wednesday, December 10, 2025
18.1 C
Bhubaneswar

ଏସସିବିର ପୁନର୍ବିନ୍ୟାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଓ ପର୍ୟ୍ୟଟନୀ ସ୍ଥଳୀର ସୌନ୍ଦର୍ୟ୍ୟକରଣ ପରେ ଏବେ ରାଜ୍ୟ ସରାକର କଟକ ଏସସିବି ମେଡିକାଲର ପୁନର୍ବିନ୍ୟାସ ପାଇଁ ନିଷ୍ପତ୍ତି ନେଇଛନ୍ତି। କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକାଶ କରିବା ପାଇଁ ରାଜ୍ୟ ସରକାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ପୁନର୍ବିନ୍ୟାସ କାର୍ୟ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ସହାୟତା ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଅନୁମୋଦନ କରିଛନ୍ତି।
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଂପ୍ରସାରଣ କରି ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ ମାଛ ମାର୍କେଟ କମ୍ପେକ୍ସ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଳବ ଓ ଗୁହାଳ ଘର ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି।
ସ୍ଥିତିବାନ ସତ୍ତ୍ବ ଥିବା ଜମି ମାଲିକମାନଙ୍କର ଘର ଓ ଜମି ଓଡିଶା ସରକାରଙ୍କ ଦ୍ବାରା ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ କ୍ରୟ ଜରିଆରେ ଅଧିଗ୍ରହଣ କରାଯିବ। ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ଦିଆଯିବ। ପ୍ରତି ପରିବାର ପାଇଁ ୨୨୫ ବର୍ଗଫୁଟ୍ ପ୍ଲଟରେ ଅସ୍ଥାୟୀ ଭାବରେ ନିଜ ଖର୍ଚ୍ଚରେ ଗୃହନିର୍ମାଣ ଲାଇସେନ୍ସ ଦିଆଯିବ। ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ ୮ଦିନ ପର୍ୟ୍ୟନ୍ତ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ। ସ୍ଥାନାନ୍ତର ଲୋକଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ। ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଓ ଜରୁରୀ ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଏହି ଦୁଇଟି କିସ୍ତିରେ ଦିଆଯିବ। ପ୍ରଥମ କିସ୍ତି ଆରମ୍ଭରେ ଏବଂ ଦ୍ବିତୀୟ କିସ୍ତି ଜମି ବା ଘର ଖାଲି କରିବା ପରେ ଦିଆଯିବ।
ସିଏମସି ରେଜଷ୍ଟ୍ରୀଭୁକ୍ତ ଦୋକାନୀ ଏବଂ ମାଛ ବିକ୍ରେତାଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ଦିଆଯିବ। ସିଏମସି ପକ୍ଷରୁ ସେମାନଙ୍କର ଅମାନତ ରାଶି ଫେରାଇ ଦିଆଯିବ। ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ ହଜାର ଦିଆଯିବ। ପ୍ରତି ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ସହାୟତା ଦିଆଯିବ। ସ୍ଥାନାନ୍ତରିତ ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନ, କ୍ଲବ ପାଇଁ ଏକକାଳୀନ ୧ ଲକ୍ଷ ଏବଂ ପ୍ରତି ଗାଈ ଗୁହାଳ ପିଛା ଏକକାଳୀନ ୨୦ ହଜାର ଟଙ୍କା ପ୍ରଦାନ କରାଯିବ।
ସରକାରୀ କ୍ଵାର୍ଟର୍ସ ଖାଲି କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଘରଭଡା ସହିତ ୧୨ ମାସ କିମ୍ବା ନୂଆ କ୍ଵାର୍ଟର୍ସ ମିଳିବା ଯାଏଁ ସହୟାତା ରାଶି ପ୍ରଦାନ କରାଯିବ। ୪ର୍ଥ ଶ୍ରେଣୀର କର୍ମଚାରୀଙ୍କୁ ୫ହଜାର, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭୫୦୦, ୨ୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର, ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ୧୨,୫୦୦ ଟଙ୍କା ପ୍ରଦାନ କରାଯିବ। ଏହି ଥଇଥାନ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲାପାଳଙ୍କୁ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories