www.samajalive.in
Saturday, December 6, 2025
15.1 C
Bhubaneswar

ଗଗନଯାନ ମିଶନ: ୪ ମହାକାଶଚାରୀଙ୍କ ସହ ପରିଚିତ ହେଲା ଦେଶ, ମୋଦୀ କହିଲେ- ଏମାନେ ବ୍ୟକ୍ତିି ନୁହଁନ୍ତି ଶକ୍ତି

ତିରୁଅନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳର ତିରୁଅନନ୍ତପୁରମରେ ଥିବା ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗଗନଯାନ ଅଭିଯାନରେ ମହାକାଶକୁ ଯିବାକୁ ଥିବା ୪ ବୀର ମହାକାଶଚାରୀଙ୍କ ସହ ଦେଶକୁ ପରିଚିତ କରାଇଛନ୍ତି। ଏହି ୪ ମହାକାଶଚାରୀ ହେଉଛନ୍ତି, ଗ୍ରୁପ୍‌ କ୍ୟାପ୍ଟେନ ପ୍ରଶାନ୍ତ ବାଲକୃଷ୍ଣନ୍ ନାୟର, ଗ୍ରୁପ୍‌ କ୍ୟାପ୍ଟେନ ଅଜିତ୍‌ କ୍ରିଷ୍ଣନ୍‌, ଗ୍ରୁପ୍‌ କ୍ୟାପ୍ଟେନ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍‌ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା। ପ୍ରଧାନମନ୍ତ୍ରୀ ୪ ମହାକାଶଚାରୀଙ୍କୁ ୱିଙ୍ଗ୍ ଲଗାଇ ସମ୍ମାନିତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଗଗନଯାନ ମିଶନ ହେଉଛି ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ, ଯେଉଁଥି ପାଇଁ ଇସ୍ରୋର ବିଭିନ୍ନ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।

୪ ମହାକାଶଚାରୀଙ୍କୁ ପରିଚିତ କରାଇବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ଆଜି ଆମେ ସମସ୍ତେ ଏକ ଐତିହାସିକ ଯାତ୍ରାର ସାକ୍ଷୀ ସାଜିଛନ୍ତି। କିଛି ସମୟ ପୂର୍ବରୁ ଦେଶ ଏହାର ଚାରିଜଣ ଗଗନଯାନ ଯାତ୍ରୀଙ୍କ ସହିତ ପ୍ରଥମ ଥର ପାଇଁ ପରିଚିତ ହେଲା। ଏମାନେ କେବଳ ଚାରୋଟି ନାମ କିମ୍ବା ୪ଜଣ ବ୍ୟକ୍ତିି ନୁହଁନ୍ତି, ଏମାନେ ହେଉଛନ୍ତି ୧୪୦ କୋଟି ଆକାଂକ୍ଷାକୁ ମହାକାଶକୁ ନେବାକୁ ଥିବା ୪ ଶକ୍ତି। ୪୦ ବର୍ଷ ପରେ କେହି ଭାରତୀୟ ମହାକାଶକୁ ଯିବେ। କିନ୍ତୁ ଏଥର ସମୟ ବି ଆମର, କାଉଣ୍ଟଡାଉନ୍ ମଧ୍ୟ ଆମର ଏବଂ ରକେଟ୍ ମଧ୍ୟ ଆମର।’’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories