www.samajalive.in
Wednesday, December 10, 2025
23.1 C
Bhubaneswar

ଅଂଶୀଦାରଙ୍କୁ ମୋଦୀଙ୍କ ଆହ୍ୱାନ – ୫ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥା ଲାଗି ଲକ୍ଷ୍ୟବଦ୍ଧ ପ୍ରୟାସ

ନୂଆଦିଲ୍ଲୀ: ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ଅଂଶୀଦାରଙ୍କୁ ଲକ୍ଷ୍ୟବଦ୍ଧ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ନୀତି ଆୟୋଗରେ ପ୍ରାକ ବଜେଟ ବୈଠକରେ ଅଧ୍ୟକ୍ଷତା କରି ମୋଦୀ ଏହା କହିଛନ୍ତି। ଆଗାମୀ ବଜେଟର ରୂପରେଖ ଓ ସମ୍ଭାବିତ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ମତାମତ ଲୋଡ଼ିଟିଲେ।

ପ୍ରାକ ବଜେଟ ବୈଠକରେ ସେ ବରିଷ୍ଠ ଅର୍ଥନୀତିଜ୍ଞ, ଘରୋଇ ଇକ୍ୟୁଟି ଓ ଭେଞ୍ଚର କ୍ୟାପିଟାଲିଷ୍ଟ, ଉତ୍ପାଦନ, ଭ୍ରମଣ ଓ ପର୍ଯ୍ୟଟନ, ପୋଷାକ ଓ ଏଫଏମସିଜି କ୍ଷେତ୍ରର ବ୍ୟବସାୟ ନେତୃବର୍ଗ, ବିଶ୍ଳେଷକଙ୍କ ସମେତ କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଅର୍ଥ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିବା ସହ ପ୍ରଧାନମନ୍ତ୍ରୀ ମଧ୍ୟ କିଛି ପ୍ରଶ୍ନ ଉତ୍ଥାପନ କରିଥିଲେ। ଏହି ଅବସରରେ ମୋଦୀ କହିଥିଲେ ଯେ ଏହି ଆଲୋଚନା ଦ୍ୱାରା ନୀତି ନିର୍ମାତା ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ। ସେ କହିଥିଲେ ଯେ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ କରିବାର ବିଚାର ହଠାତ ଆସିନାହିଁ। ଦେଶର ସାମର୍ଥ୍ୟକୁ ଗଭୀର ଭାବେ ବୁଝିବା ପରେ ଏହି ବିଚାର ଆଗକୁ ଆସିଛି।

- Advertisement -

ମୋଦୀ କହିଥିଲେ ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ ଅବଶୋଷକ କ୍ଷମତା ଏହାର ସୁଦୃଢ଼ ମୂଳଦୁଆ ଏବଂ ପୁନଃ ପ୍ରଗତି ହାସଲ କରିବାର ସାମର୍ଥ୍ୟକୁ ଦର୍ଶାଇଥାଏ। ପର୍ଯ୍ୟଟନ, ସହରୀ ବିକାଶ, ଭିତିଭୂମି ଏବଂ କୃଷିଉଦ୍ୟୋଗ ଭଳି କ୍ଷେତ୍ର ନିକଟରେ ଦେଶର ଅର୍ଥ ବ୍ୟବସ୍ଥାକୁ ଆଗେଇ ନେବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଅପାର ସମ୍ଭାବନା ରହିଛି ତେଣୁ ଏଭଳି ମଞ୍ଚରେ ଖୋଲା ଆଲୋଚନା ଏବଂ ବିଚାରବିମର୍ଶ ଦ୍ୱାରା ପ୍ରସଙ୍ଗକୁ ବୁଝିବା ଏବଂ ସୁସ୍ଥ ବିତର୍କ କରିବା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ଭାରତକୁ ଅପାର ସମ୍ଭାବନାର ଭୂମି ଭାବେ ବର୍ଣ୍ଣନା କରି ସେ ସମସ୍ତ ଅଂଶୀଦାରମାନଙ୍କୁ ବାସ୍ତବତା ଏବଂ ଅବଧାରଣା ମଧ୍ୟରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ଆମ ସମସ୍ତଙ୍କୁ ମିଳିମିଶି କାମ କରିବା ଏବଂ ଏକ ରାଷ୍ଟ୍ର ହିସାବରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଅର୍ଥନୀତିଜ୍ଞ ଶଙ୍କର ଆଚାର୍ଯ୍ୟ, ଆର ନାଗରାଜ, ଫରଜାନା ଆଫ୍ରିଦି, ଭେଞ୍ଚର କ୍ୟାପିଟାଲିଷ୍ଟପ୍ରଦୀପ ଶାହ, ଶିଳ୍ପପତି ଆପ୍ପାରାଓ ମାଲାଭରପୁ, ଦୀପ କାଲରା, ପତଞ୍ଜଳି ଗୋବିନ୍ଦ କେଶ୍ୱାନୀ, ଦୀପକ ସେଠ, ଶ୍ରୀକୁମାର ମିଶ୍ର, ବିଷୟ ବିଶେଷଜ୍ଞ ଆଶିଷ ଧୱନ ଏବଂ ଶିବ ଶରିନଙ୍କ ସମେତ ୩୮ଜଣ ପ୍ରତିନିଧି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ, ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ତୋମାର, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ନୀତି ଆୟୋଗର ଅଧ୍ୟକ୍ଷ ରାଜୀବ କୁମାର ଏବଂ ସିଇଓ ଅମିତାଭ କାନ୍ତ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories