www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାତୀୟ ପ୍ରସଙ୍ଗ ନୁହେଁ : ପୱାର

ନାସିକ : ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କେତେକ ରାଜନୈତିକ ଦଳ ତରଫରୁ ପ୍ରଶ୍ନ ଉଠାଯାଇଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ଦଳର ମୁଖ୍ୟ ଶରଦ ପୱାର। ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାତୀୟ ପ୍ରସଙ୍ଗ ହୋଇନଥିବାରୁ ଏଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ପୱାର ସ୍ପଷ୍ଟ କରି ଦେଇଛନ୍ତି। ଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ଏଥିପ୍ରତି ଧ୍ୟାନ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପୱାର କହିଥିଲେ ବେକାରୀ ସମସ୍ୟା, ଦରଦାମ୍‌ ବୃଦ୍ଧି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୈତିକ ଦଳମାନେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ। କାହାର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଏତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ। ସୂଚନାଥାଉ କି ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ୍ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଛନ୍ତି। ଉଲ୍ଲେଖଥାଉ କି ଆଦାନି ଗୋଷ୍ଠୀର ଅର୍ଥ କାରବାରକୁ ନେଇ ବ​‌ିରୋଧୀ ଦଳମା​‌େ​ନ ଏହାର ତଦନ୍ତ ପାଇଁ ଯୁଗ୍ମ ସଂସଦୀୟ କମିଟି ଗଠନ ପାଇଁ ଦାବି କରୁଥିବା ବେଳେ ଯୁଗ୍ମ ସଂସଦୀୟ କମିଟି ଗଠନ ଦ୍ବାରା ବିଶେଷ ଲାଭ ମିଳିବ ନାହିଁ ବୋଲି ପୱାର କହିଥିଲେ। ଏହାକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories