www.samajalive.in
Sunday, December 14, 2025
26.1 C
Bhubaneswar

ବୈଦ୍ୟୁତିକ ଯାନରେ ୨୦୨୮ ପର୍ଯ୍ୟନ୍ତ ମିଳିବ ସବସିଡି

ସମାଜ ଡିଜିଟାଲ ଡେସ୍କ: ବୈଦ୍ୟୁତିକ ଯାନ କ୍ରୟକୁ ଅଧିକ ସହଜ କରିବା ଲାଗି କେନ୍ଦ୍ର ସରକାର ଜାରି ରଖିଥିବା ପିଏମ ଇ-ଡ୍ରାଇଭ ଯୋଜନାର ସମୟସୀମାକୁ ବୃଦ୍ଧି କରାଯାଇଛି। ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନା(ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ ଡ୍ରାଇଭ ରିଭୋଲ୍ୟୁସନ ଇନ ଇନୋଭେଟିଭ ଭେହିକଲ ଏନହାନ୍ସମେଣ୍ଟ)ର ସମୟସୀମାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲୁ ରହିବ।

ସରକାର ୨୦୨୪ ଅକ୍ଟୋବର ୧ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ୧୦ ହଜାର ୯୦୦ କୋଟି ଟଙ୍କାର ଏହି ଯୋଜନା ଆଗାମୀ ମାର୍ଚ୍ଚ ୨୦୨୬ରେ ସମାପ୍ତ ହେବାର ଥିଲା। ସମୟସୀମା ବୃଦ୍ଧି କରାଯିବା ଫଳରେ ଏହାର ଫାଇଦା ସିଧାସଳଖ ଗ୍ରାହକଙ୍କୁ ମିଳିବ। ସବୁଠୁ ବଡ଼ ଫାଇଦା ହେଉଛି ସବସିଡି ବା ରିହାତି। ବୈଦ୍ୟୁତିକ ଯାନ କିଣିଲେ ସରକାର ସବସିଡି ଯୋଗାଇ ଦେଉଛନ୍ତି। ପିଏମ-ଇ ଡ୍ରାଇଭ ଯୋଜନାରେ ହିଁ ସବସିଡି ମିଳିଥାଏ। ୨୦୨୬ରେ ଯୋଜନା ବନ୍ଦ କରିବାକୁ ସରକାର ଚିନ୍ତା କରୁଥିଲେ। ଏପରି ହୋଇଥିଲେ ୨୦୨୬ ମାର୍ଚ୍ଚ ପରଠାରୁ ବୈଦ୍ୟୁତିକ ଯାନ କିଣିଲେ ଗ୍ରାହକଙ୍କୁ ସବସିଡି ମିଳି ନ ଥାଆନ୍ତା। କିନ୍ତୁ ଏଣିକି ୨୦୨୮ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ।

- Advertisement -

ପିଏମ-ଇ ଡ୍ରାଇଭ ଯୋଜନା କେବଳ ଯାନ କ୍ରୟକୁ ସହଜ କରୁ ନ ଥିଲା, ବରଂ ସବସିଡି ସୁବିଧା ବି ଉପଲବ୍ଧ କରିଥାଏ। ଏହା ସହିତ ପବ୍ଲିକ ଚାର୍ଜିଂ ଇନଫ୍ରା, ଟେଷ୍ଟିଙ୍ଗ ସୁବିଧା ଆଦିକୁ ବି ପ୍ରୋତ୍ସାହିତ କରିଥାଏ। ଗତ ଗୁରୁବାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories