ଭୁବନେଶ୍ବର : ଆସନ୍ତା ୧୦ ତାରିଖରେ ଓଡ଼ିଶା ଏସ୍ଏସ୍ବି ଅଧ୍ୟାପକ-ଅଧ୍ୟାପିକା ସଂଘର ନିର୍ବାଚନ ହେବ । ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ ଡିଗ୍ରୀ କଲେଜରେ କାର୍ଯ୍ୟରତ ଏସ୍ଏସ୍ବି ଅଧ୍ୟାପକ-ଅଧ୍ୟାପିକାମାନେ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିଜ ମତଦାନ ସାବ୍ୟସ୍ତ କରିବେ । ଏହି ନିର୍ବାଚନରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ, ଯୁଗ୍ମ କୋଷାଧ୍ୟକ୍ଷ ଆଦି ୬ଟି ପଦ ପାଇଁ ୧୮ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି । ସଭାପତି ପଦ ପାଇଁ ଜିତେନ୍ଦ୍ର କୁମାର ସାହୁ, ଅଶୋକ କୁମାର ରାଉତ, ମଦନ ମେହେର ଏବଂ ଲଲାଟେନ୍ଦୁ ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ଉପସଭାପଦି ପଦ ପାଇଁ ଚିରଞ୍ଜିବୀ ଦାସ, ମାନସ ରଞ୍ଜନ ସାହୁ ଏବଂ ରଞ୍ଜନ କୁମାର ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସମ୍ପାଦକ ପଦ ପାଇଁ ସୁଧାଂଶୁ ଶେଖର ପଣ୍ଡା, ଗୌରଭ ଶର୍ମା, ଗଙ୍ଗାଧର ପ୍ରଧାନ ଏବଂ ସୁଦାମ ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଯୁଗ୍ମ ସମ୍ପାଦକ ପଦ ପାଇଁ ସମରେନ୍ଦ୍ର ନାରାୟଣ ପଣ୍ଡା, ଦୁଷ୍ମନ୍ତ ବେହେରା ଏବଂ ତୁଳସୀ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
କୋଷାଧ୍ୟକ୍ଷ ପଦ ପାଇଁ ଗୟାଧର ମଲିକ ଏବଂ ନିରଞ୍ଜନ ପୋଢ, ଯୁଗ୍ମ କୋଷାଧ୍ୟକ୍ଷ ପଦ ପାଇଁ ତାପଜ କୁମାର ପାତ୍ର ଏବଂ ତଥାଗତ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୂଚନା ଅନୁଯାୟୀ ଏହି ନିର୍ବାଚନ ଅନଲାଇନରେ ହେବ । ଭୋଟର ଭାବେ ପଞ୍ଜିକୃତ ଏସ୍ଏସ୍ବି ଅଧ୍ୟାପକ-ଅଧ୍ୟାପିକାଙ୍କ ଇମେଲକୁ ଏକ ଭୋଟିଂ ଲିଙ୍କ ପଠାଯାଇଛି । ଏହାସହ ଭୋଟିଂ ଲିଙ୍କ୍ ହ୍ୱାଟ୍ସଆପ ମାଧ୍ୟମରେ ଦିଆଯିବ । ଭୋଟ ଦାନ ଦିନ ସେମାନେ ଏହି ଲିଙ୍କକୁ କ୍ଲିକ୍ କରି ନିଜ ମତଦାନ କରିପାରିବେ । ଏଭଳି ଭୋଟିଂ ଏକ ନିଆରା ଅଧ୍ୟାୟ ସୃଷ୍ଟି କରିବ ଏବଂ ଏହା ଓଡ଼ିଶାରେ ଏକ ବିଶାଳ ଅନଲାଇନ ଭୋଟିଂ ଭାବରେ ଗଣାଯିବ । ଫଳାଫଳ ରାତିରେ ଘୋଷଣା କରାଯିବ ।



