www.samajalive.in
Saturday, December 6, 2025
26.1 C
Bhubaneswar

୯ ଏବଂ ୧୦ ତାରିଖରେ ‘ନିର୍ମଳ ପାଣ୍ଡେ ସ୍ମୃତି ଫିଲ୍ମ ଫେଷ୍ଟିଭାଲ’

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ ବଲିଉଡର ପ୍ରଖ୍ୟାତ ଅଭିନେତା ସ୍ବର୍ଗତଃ ନିର୍ମଳ ପାଣ୍ଡେଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁଟରେ ନିର୍ମଳ ପାଣ୍ଡେ ସ୍ମୃତି ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇରୁ ଆସିଥିବା ଫେଷ୍ଟିଭାଲର ମୁଖ୍ୟ ପରିଚାଳକ ଅନିଲ ଦୁବେ, ବରିଷ୍ଠ କ୍ୟାମେରାମ୍ୟାନ ତଥା ନିର୍ଦ୍ଦେଶକ ଚନ୍ଦ୍ରଶେଖର ରଥ, ଫେଷ୍ଟିଭାଲ ମୁଖ୍ୟ ରେଖା ଗୌର, ନିର୍ମଳ ପାଣ୍ଡେଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଆମୋଦ ଭଟ୍ଟ, ଶୁଭଶ୍ରୀ ଭଟ୍ଟ, ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟିଟ୍ୟୁଟ୍ ର ଉପଦେଷ୍ଟା ସୁରେନ୍ଦ୍ର କୁମାର ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସୁକାନ୍ତ ରଥ, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଫିଲ୍ମ ଫେଷ୍ଟିଭାଲ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ଫେଷ୍ଟିଭାଲରେ ବିଭିନ୍ନ ଭାଷାଭାଷୀର ୩୦ଟି ଚଳଚ୍ଚିତ୍ର ପ୍ରଦର୍ଶନ ହେବ । ମୁଖ୍ୟ ଚଳଚ୍ଚିତ୍ର ଭାବେ ଓଡ଼ିଆର ନିର୍ବାକ, ଆଭା, ଦମନ, ଅଦମ୍ୟ, ଅନୁଭବ ଏବଂ ଚନ୍ଦ୍ରଶେଖର ରଥଙ୍କର ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ଫିଲ୍ମ ସାଥ ଚଲନା ହି ଜୀନ୍ଦେଗୀ ହୈ ଏବଂ ଉମିଦ, ମାଇଁ ମଦର ମାଇଁ ୱାର୍ଲଡ, ଯୋଗର୍ସ ପାର୍କ, ଆଡ୍ୟୁ, ଖାରା ମୋଦକ, ନଜରୀୟା, ଡିପସ୍ଟିକ ଆଦି ଫିଲ୍ମ ସ୍କ୍ରିନିଂ ହେବ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories