www.samajalive.in
Sunday, December 14, 2025
18.1 C
Bhubaneswar

ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ : ଶୁକ୍ରବାର ୧୦୭ତମ ଜାତୀୟ ବିଜ୍ଞାନ କଂଗ୍ରେସକୁ ଉଦ୍‍ଘାଟନ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ଗୁରୁବାରଠାରୁ ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯାଉଛନ୍ତି । ଗସ୍ତର ପ୍ରଥମ ଦିନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଟୁମ୍‍କୁରୁ ଜୁନିୟର କଲେଜ ପଡିଆଠାରେ ହେବାକୁ ଥିବା କୃଷି ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେବେ। ଗତ ଫସଲ ଅମଳ ଋତୁରେ ବିଭିନ୍ନ କିସମର କୃଷି ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୧ଟି ରାଜ୍ୟକୁ ସେ କୃଷିକର୍ମଣ ପୁରସ୍କାର ପ୍ରଦାନ କରିବେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ, ପି.ଏମ କୃଷି ସମ୍ମାନ ଯୋଜନା ଅଧୀନରେ ସମଗ୍ର ଦେଶର ୮କୋଟି ଚାଷୀଙ୍କୁ ଡିସେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ମିଳିବାକୁ ଥିବା ଅର୍ଥ ବାବଦ ପାଣ୍ଠି ପ୍ରଦାନ କରିବେ। ସେହିଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ପରିଦର୍ଶନ କରିବେ।

ଶୁକ୍ରବାର ଦିନ ସକାଳେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୧୦୭ତମ ଜାତୀୟ ବିଜ୍ଞାନ କଂଗ୍ରେସର
ଉଦ୍‍ଘାଟନ କରିବା ସହ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘ ପକ୍ଷରୁ ଘୋଷିତ ବିଭିନ୍ନ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ହେଉଛି ‘ଗ୍ରାମୀଣ ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା।’

- Advertisement -

କୃଷି ଉତ୍ପାଦନ ପାଇଁ ଓଡ଼ିଶାକୁ ଜାତୀୟ ପୁରସ୍କାର

ଭୁବନେଶ୍ବର : ଚାଉଳ ସମେତ ସମସ୍ତ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସନୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ୨୦୧୬-୧୭ ବର୍ଷ ପାଇଁ ସମୁଦାୟ ଖାଦ୍ୟ ଶସ୍ୟ ଶ୍ରେଣୀ-୨ରେ ଓଡ଼ିଶା ଏହି ସମ୍ମାନ ପାଇବ। ଆସନ୍ତା କାଲି ବେଙ୍ଗାଲୁରୁ ନିକଟସ୍ଥ ତୁମ୍‌କୁରଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories