ଭୁବନେଶ୍ୱର: ଆସନ୍ତାକାଲି (ବୁଧବାର)ରେ ପ୍ରକାଶ ପାଇ ଯୁକ୍ତ୨ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ମେ’ ୨୧ ଅପରାହ୍ଣ ୪ରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚଏସଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏକସଙ୍ଗେ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଏହାସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଡିଜି ଲକର ସହ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ chseodisha.nic.in ୱେବସାଇଟ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ।
ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା (କଳା, ବିଜ୍ଞାନ, ବାଣିଜ୍ୟ ଓ ଓ ଧନ୍ଦାମୂଳକ ଶିକ୍ଷା)ର ଫଳାଫଳ ତା ୨୧.୫.୨୦୨୫ ରିଖ ଅପରାହ୍ମ ୪ଟା ଘଟିକା ସମୟରେ ଭୁବନେଶ୍ବର ସ୍ଥିତ ପରିଷଦ କାର୍ଯ୍ୟାଳୟ ପରିସରରେ ପ୍ରକାଶ ପାଇବ ।
ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳାଫଳକୁ https://results.odisha.gov.in/ କିମ୍ବା
https://results.digilocker.gov.in/ ୱେବସାଇଟ ମାଧ୍ୟମରେ ଘୋଷଣାର ଏକ ଘଣ୍ଟା ପରେ ଜାଣିପାରିବେ ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ପରୀକ୍ଷା ଫଳାଫଳ ଘୋଷଣାର ଏକ ଘଣ୍ଟା ପରେ SAMS e-spaceରୁ ସେମାନଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର Tabulation Register ପାଇ ପାରିବେ ଯାହାକି ପିଲାମାନଙ୍କର ୨୦୨୫ର ତତ୍କାଳ ପରୀକ୍ଷା (Instant Examination)ର form fill up ପାଇଁ ସହାୟକ ହେବ।
ସୂଚନାଯୋଗ୍ୟ ଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଯୁକ୍ତ ୨ ତଥା ଦ୍ବାଦଶ ଶ୍ରେରୀ ପରୀକ୍ଷାଫଳ ଫେବ୍ରୁଆରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା ଏବଂ ମାର୍ଚ୍ଚ ୨୭ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ସମୁଦାୟ ୩ ଲକ୍ଷ ୯୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଏପ୍ରିଲ ୨ ତାରିଖରେ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା । ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।



