www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଆଉ ଜଣେ କୋଭିଡ୍ ଯୋଦ୍ଧାଙ୍କ ସମେତ ୬୦ କରୋନା ଆକ୍ରାନ୍ତ, କନ୍ଧମାଳ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୧୮୬

ଫୁଲବାଣୀ:ଜିଲ୍ଲାରେ ପୁଣି ଜଣେ କୋଭିଡ୍ ଯୋଦ୍ଧାଙ୍କ ସମେତ ୬୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ୍ ଯୋଦ୍ଧା ଜଣକ ଜଣେ ପୁଲିସ୍ କନେଷ୍ଟବଲ୍। ଚିହ୍ନଟ ୬୦ ଜଣଙ୍କ ମଧ୍ୟରୁ ୪୦ ଜଣ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି। କଣ୍ଟେନ୍‌ମେଣ୍ଟ୍‌ ଜୋନରୁ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ କଣ୍ଟେନ୍‌ମେଣ୍ଟ ଜୋନ ବାହାରୁ ୨୩ ଜଣ, କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୩ ଜଣ ଓ ଜିଲ୍ଲା ବାହାରୁ ୪ ଜଣ ଚିହ୍ନଟ ହୋଇଥିବା ଜଣା ପଡିଛି। ସର୍ବାଧିକ ଦାରିଙ୍ଗବାଡିରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ଫୁଲବାଣୀରୁ ଜଣେ, ଜି ଉଦୟଗିରିରୁ ୮, କେ ନୁଆଁଗାଁରୁ ୨, କୋଟଗଡରୁ ଜଣେ, ଚକାପାଦରୁ ୭, ତୁମୁଡିବନ୍ଧରୁ ୧୧, ରାଇକିଆରୁ ଜଣେ, ବାଲିଗୁଡାରୁ ଜଣେ, ଫିରିଙ୍ଗିଆରୁ ୩, ଖଜୁରିପଡାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ବର୍ତମାନ ସୁଦ୍ଧା ଜିଲ୍ଲାରୁ ୨୧୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଓ ୧୭୩୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୪୪୭ ଜଣ ଚିକିତ୍ସାତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ଆଜି ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର କୋଳିସାହି ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟହେବା ପରେ ଜିଲାପାଳଙ୍କ କ୍ଷମତା ବଳରେ ଦୁତିମେଣ୍ଡି ସରପଞ୍ଚ ଧନଞ୍ଜୟ ମଲିକ ସଂପୃକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରିବା ସହିତ ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠିଦ୍ୱାରା ଅବଗତ କରିଛନ୍ତି। ଆଜି ସଂପୃକ୍ତ ଗ୍ରାମ ମାନଙ୍କରେ ପଂଚାୟତ ପକ୍ଷରୁ ବାଡ଼ ପକାଇ ଦିଆଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ ଅମିୟ କୁମାର ମହାନ୍ତି, ୱାର୍ଡ଼ ମେମ୍ବର ତାପସ କୁମାର ଦଣ୍ଡିଆ ପ୍ରମୁଖ ଏଥିରେ ସହଯୋଗ କରିଛନ୍ତି। ସେହିଭଳି ଜିଲାପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ସମ୍ପୃକ୍ତ ଗ୍ରାମରେ ଆରମ୍ଭ ହୋଇଛି ଘରକୁ ଘର ଯାଇ ସ୍କ୍ରିନ୍। ଦୁତିମେଣ୍ଡି ଉପସ୍ୱାସ୍ଥ୍ୟକେନ୍ଦ୍ରର ଏଏନ୍ଏମ୍‌ଙ୍କ ରଞ୍ଜିତା ମଲିକ, ଲକ୍ଷ୍ମୀ ନାୟକ, ବିନତି ନାୟକ , ବିନତି ନାୟକ ଓ ଆଶା କର୍ମୀ ବାସନ୍ତି ସେଠୀ, ସ୍ୱାସ୍ଥ୍ୟକର୍ମୀ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଘରକୁ ଘର ଯାଇ ସ୍କ୍ରିନ୍ କରୁଥିବା ପ୍ରକାଶ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories