www.samajalive.in
Saturday, December 6, 2025
19.1 C
Bhubaneswar

ବନ୍ୟା ବିଭୀଷିକା : ପିପିଲି-ଜଟଣୀ ରାସ୍ତାରେ ଯାତାୟତ ବନ୍ଦ, ନଦୀବନ୍ଧ ଉପରେ ଆଶ୍ରୟ ନେଲେ ୧୪ ପରିବାର

ପିପିଲି : ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନଦୀ ଉପକୂଳବର୍ତ୍ତି ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ଦୟାନଦୀର ମାଧିପୁର ଓ କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ଶହ ଶହ ହେକ୍ଟର ଚାଷଜମିକୁ ସଂପୂର୍ଣ୍ଣ ଜଳପ୍ଲାବିତ କରିଥିବା ବେଳେ ଏକାଧିକ ଗ୍ରାମ ଜଳବନ୍ଦୀ ହୋଇରହିଛି।

କଣ୍ଟିକାଜରୁ ନିର୍ଗତ ବନ୍ୟାଜଳ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଗ୍ରାମ ନିକଟରେ ରାସ୍ତା ଉପରେ ଅଢେଇ ଫୁଟ ଉଚ୍ଚତାରେ ପ୍ରବାହିତ ହେବା ଫଳରେ ଉକ୍ତ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ବଡକଣ୍ଟି, ବଡକଣ୍ଟିର ଦଳିତ ସାହି, ନିଜିଗଡକୁରୁଖି ମୁଣ୍ଡାସାହି ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିବା ବେଳେ ୧୦ରୁ ଉର୍ଦ୍ଧଗ୍ରାମ ପାଣିଘେରରେ ରହିଛି। ବଡକଣ୍ଟିର ଦଳିତ ସାହି ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥିବା ବେଳେ ଉକ୍ତ ସାହିର ୧୮ଟି ପରିବାରକୁ ସୁରକ୍ଷିତ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରିବା ପାଇଁ ପିପିଲି ତହସିଲଦାର ସପନ କୁମାର ନନ୍ଦ ଆଜି ଏନ୍‍ଡିଆର୍‍ଏଫ୍‍ ଟିମ୍‍ ସହ ଉକ୍ତ ସାହିକୁ ଯାଇ ସେଠାକାର ଅଧିବାସୀଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ସେମାନେ ନିଜ ଘର ଛାଡି ଆସିବାକୁ ରାଜି ହୋଇନଥିବା ସୂଚନା ମିଳିଛି।

- Advertisement -

ସେମାନଙ୍କ ଧନ, ଜୀବନର ସୁରକ୍ଷା ପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା ବେଳେ ଆବଶ୍ୟକ ପଡିଲେ ସେମାନଙ୍କୁ ବଳପୂର୍ବକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ତହସିଲଦାର କହିଛନ୍ତି। ଦୟାନଦୀର କାକୁଡିଆ ନଦୀପଠାରେ ବାସ କରୁଥିବା ୫୨ଜଣଙ୍କ ସମେତ ନିଜିଗଡକୁରୁଖି ମୁଣ୍ଡାସାହିର ଅଧିବାସୀଙ୍କୁ କାକୁଡିଆ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। କାକୁଡିଆ ଠାରେ ଥିବା କେତକୀ ବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ କାକୁଡିଆରୁ ନିଜିଗଡକୁରୁଖି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ବେଳେ କାକୁଡିଆ ଗ୍ରାମ ମଧ୍ୟରେ ବନ୍ୟାଜଳ ପଶିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ମାଧିପୁର କାଜରୁ ନିର୍ଗତ ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମି ସଂପୂର୍ଣ୍ଣ ଜଳପ୍ଲାବିତ ହୋଇଥିବା ବେଳେ ଜମ୍ବିଲା, କେରୁଣ୍ଡେଇ ସମେତ ହାଟସାହି ପଞ୍ଚାୟତର ଭୋଇଗୁଣ, ପୋଡାଗୁଣ, ମିର୍ଜାପୁର ଆଦି ଗ୍ରାମ ଜଳବନ୍ଦୀ ହୋଇଛି। ବନ୍ତଳସିଂ ଦାସ ସାହିର ୬ଟି ପରିବାରକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ମାଧିପୁର ତୋଟାପଡା ଗ୍ରାମ୍ୟ ରାସ୍ତାରେ ୨ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସେଠାକାର ଦୁଇଟି ସ୍କୁଲ ପାଣିଘେରରେ ରହିଥିବା ସୂଚନା ମିଳିଛି। ଭାର୍ଗବୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଦକ୍ଷିଣପାର୍ଶ୍ବ ବନ୍ଧର ଏକାଧିକ ସ୍ଥାନରେ ଘଳିଆ ସହ ପାଣିଝର ସୃଷ୍ଟି ହୋଇଛି। ଜଳସେଚନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ଘଳିଆର ମରାମତି କରାଯାଇଥିବା ବେଳେ ନଦୀବନ୍ଧ ଉପରେ ୨୪ଘଣ୍ଟିଆ ପେଟ୍ରୋଲିଂ କରାଯାଇ ସତର୍କ ଦୃଷ୍ଟି ରଖାଯାଇଛି। ପୁବାଶାସନ ପଞ୍ଚାୟତର ନଦୀପଠାରେ ଥିବା ଶବରସାହି ସଂପୂର୍ଣ୍ଣ ବନ୍ୟାଜଳରେ ବୁଡିଯାଇଥିବା ବେଳେ ୧୪ଟି ବନ୍ୟା ବିପନ୍ନ ପରିବାରର ଶତାଧିକ ସଦସ୍ୟ ନଦୀବନ୍ଧ ଉପରେ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଥିବା ପରିଲକ୍ଷିତ ହୋଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories