ଉନ୍ନତ ଧରଣର ପଣସ ଚାଷ ଯୋଜନା, ୪ ହେକ୍ଟର ପରିମିତ ଜାଗାରେ ଲଗାଯିବ ୪୦୦ ଚାରା

ଫୁଲବାଣୀ: ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପିରିକୁଡି ପଞ୍ଚାୟତର କରଡ଼ାକୁମ୍ପା ଠାରେ ଉନ୍ନତ ମାନର ପଣସ ଚାଷ ଯୋଜନା ହାତକୁ ନିଆଯାଇଛି। ଆଜି ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ପଣସ ଚାରା ରୋପଣ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଗ୍ରାମରେ ୪ ହେକ୍ଟର ପରିମିତ ଜାଗାରେ ୪୦୦ ଉନ୍ନତ କିସମର ପଣସ ଚାରା ରୋପଣ କରାଯିବାର ଯୋଜନା ରହିଛି। ଏହି ଉନ୍ନତ ଚାରା ତାମିଲନାଡୁରୁ ଅଣାଯାଇଥିବା କୁହାଯାଇଛି। ବର୍ଷରେ ଦୁଇଥର ଫଳିବା ସହ ଏଥିରୁ ଚାଷୀକୁ ଅଧିକ ଲାଭ ମିଳିବ ବୋଲି ଆଇଟିଡିଏ ପକ୍ଷରୁ ସୂଚନା ଦିଆଯାଇଛି। କର୍ୟ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ମିହିର ସାମନ୍ତ ରାୟ, ସରପଞ୍ଚ ଉମାଚରଣ ମଲ୍ଲିକ, ସମିତି ସଭ୍ୟ ଅମୁଲ୍ୟ କୁମାର ଦେହୁରୀ, ଜୀବିକା ମିଶନର ସନାତନ ମଲ୍ଲିକ, ତାମିଲଲାଡୁର ଜିଏସଟି ସଂସ୍ଥାର ମୁଖ୍ୟ ଡାନିଏଲ ୟୁନିଷର ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ପଣସ ଚାଷ ସମ୍ପର୍କରେ ପରାମର୍ଶ ଦେଇଥିଲେ। କାର୍ୟ୍ୟକ୍ରମକୁ ପ୍ରକଳ୍ପ ପରିଚାଳକ ପି ମୁରଲୀ ମୋହନ, ବିଷୟ ବିଶାରଦ ଶୁଭଶ୍ରୀ ମହାନ୍ତି. ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ପ୍ରମୁଖ ପରିଚାଳନା କରିଥିଲେ।

kalyan agarbati

Comments are closed.