www.samajalive.in
Saturday, December 6, 2025
23.1 C
Bhubaneswar

ପ୍ଳାଜମା ଦାନ କଲେ ଭୂଷଣ ଷ୍ଟିଲ କାରଖାନାର କର୍ମଚାରୀ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ଠେଲକୋଲୋଇଠାରେ ଥିବା ଭୂଷଣ ଷ୍ଟିଲ୍ କାରଖାନାରେ କାମ କରୁଥିବା ଏବଂ ସମ୍ବଲପୁର, ଝାରସୁଗୁଡାରେ ରହୁଥିବା ୯ଜଣ କର୍ମଚାରୀ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଳାଜମା ଦାନ କରିଛନ୍ତି। ଏହି ୯ଜଣ କର୍ମଚାରୀ ବିଗତ ଦିନରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ବୁର୍ଲା ଡାକ୍ତରଖାନାରେ ବିଭିନ୍ନ ପର୍ଯ୍ୟାୟରେ ପ୍ଳାଜମା ଦାନ କରିଛନ୍ତି। ସନ୍ତୋଷ କୁମାର ମହାନ୍ତି, ବ୍ରଜମୋହନ ଉପାଧ୍ୟାୟ,ଜଗବନ୍ଧୁ ହାତୀ, ବିକ୍ରମ ହାତୀ, ଶମ୍ଭୁନାଥ ଠାକୁର, ବିଜୟ ବାହାଦୂର, ପର୍ଶୁରାମ ବିଶ୍ବାଳ, ଏବଂ କରନ୍ ମେହେର ପ୍ରମୁଖ ପ୍ଳାଜମା ଦାନ କରିଛନ୍ତି ବୋଲି କାରଖାନା ପକ୍ଷରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ କରୋନା ପୀଡିତ ରୋଗୀମାନଙ୍କୁ ପ୍ଳାଜମା ଥେରାପି ଚିକିତ୍ସାରେ ଏହା ସହାୟକ ହେବ ବୋଲି କୁହାଯାଇଛି।
 ପ୍ଳାଜମା ଦାନ କରିଥିବା ୯ଜଣ କର୍ମଚାରୀଙ୍କୁ ଆଜି କାରଖାନା କର୍ତ୍ତୃପକ୍ଷଙ୍କ ଦ୍ବାରା ଇମ୍ୟୁନିଟି ବୂଷ୍ଟର୍ କିଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories