www.samajalive.in
Monday, December 15, 2025
27.1 C
Bhubaneswar

ପ୍ଲାଜମା ଦାନ କଲେ ଜିଲାପାଳ ଅଫିସରେ କାର୍ଯ୍ୟରତ କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟର ଜରୁରୀକାଳିନ ବିଭାଗରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାମ କରୁଥିବା ଅଶୋକ କୁମାର ମିଶ୍ର ବୁଧବାର ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୂବିଜ୍ଞାନ ମହାବିଦ୍ୟାଳୟରେ ଥିବା ପ୍ଲାଜମା ଭଣ୍ଡାରରେ ପ୍ଲାଜମା ଦାନ କରିଛନ୍ତି। କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ପରେ ସେ ପ୍ଲାଜମା ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ମାସକ ତଳେ ଜିଲାପାଳ କାର୍ଯ୍ୟାଳୟରେ କାମ କରୁଥିବା କିଛି କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଏହି ସମୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ଅଶୋକ କୁମାର ମିଶ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହି ସୁସ୍ଥ ହୋଇଥିଲେ। ସେ ସୁସ୍ଥ ହେବା ପରେ ବୁଧବାର ବୁର୍ଲାରେ ଥିବା ପ୍ଲାଜମା ଭଣ୍ଡାରରେ ପ୍ଲାଜମା ଦାନ କରିଛନ୍ତି। ଏହା ସହିତ କରୋନାରୁ ସୁସ୍ଥ ହେବା ପରେ ଆଉ ଏକ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଯୁବକମାନେ ପ୍ଲାଜମା ଦାନ କରନ୍ତୁ ବୋଲି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଶ୍ରୀ ମିଶ୍ରଙ୍କ ପ୍ଲାଜମା ଦାନ ନିଷ୍ପତ୍ତିକୁ ଜିଲା ପ୍ରଶାସନ ପ୍ରଶଂସା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କ ମାନପତ୍ର ଦେଇ ବୁର୍ଲା ଠାରେ ସମ୍ମାନୀତ କରାଯାଇଥିଲା। ତେବେ କରୋନା ପାଇଁ ପ୍ଲାଜମା ଚିକିତ୍ସା ବେଶ ଉପକାରୀ ହୋଇଥିବାରୁ ସୁସ୍ଥ ହୋଇ ଫେରିଥିବା ଯୁବକ ମାନେ ପ୍ଲାଜମା ଦାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories