ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ୪ଜଣ କୋଭିଡ ପଜିଟିଭ ସୁସ୍ଥ ହୋଇ ଦାନ କଲେ ପ୍ଲାଜମା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅନୁଗୋଳ ଜିଲାର ପ୍ଲାଜମା ଥେରାପିର ଦାୟିତ୍ଵରେ ଥିବା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋଭିଡ ପଜିଟିଭରୁ ସୁସ୍ଥ ହୋଇଥିବା ଚାରିଜଣ ବ୍ୟକ୍ତିଙ୍କୁ ଶୁକ୍ରବାର ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲର ପ୍ଲାଜମା ବ୍ୟାଙ୍କ ଠାରେ ପ୍ଲାଜମା ଦାନ ପାଇଁ ପହଞ୍ଚା ଯାଇଥିଲା। ସେଠାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିିଜେ ଉପସ୍ଥିତ ରହି ପ୍ଲାଜମା ଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀଧର ସାହୁ ଓ ରକ୍ତ ଭଣ୍ଡାରର ଦେବାଶିଷ ପ୍ରମୁଖ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.