ମହିଳା ସ୍ନାତକ କଲେଜରେ ଚାରା ରୋପଣ

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଏନଏସଏସ ପକ୍ଷରୁ ସୋମବାର ପରିବେଶ ସଚେତନତା ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଦିପ୍ତୀମୟୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱରେ ବ୍ୟାପକ ଜଙ୍ଗଲ କ୍ଷୟ ଓ ଶିଳ୍ପାୟନ ପାଇଁ ପରିବେଶ ପ୍ରଦୂଷିତ ହେଉଛି ଏବଂ ଏହି ପ୍ରଦୁଷଣକୁ ରୋକିବା ପାଇଁ ବ୍ୟାପକ ସବୁଜ ବଳୟ ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କଲେଜର ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛାସେବୀ ଛାତ୍ରୀମାନେ ଏ ଦିଗରେ ସଚେତନ ହେବା ସହ ଅନ୍ୟମାନଙ୍କୁ ବ୍ୟାପକ ଚାରା ରୋପଣ ପାଇଁ ଉତ୍ସାହିତ କରିବା ଲାଗି ଶ୍ରୀମତୀ ବେହେରା ପରାମର୍ଶ ଦେଇଥିଲେ। ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟଅତିଥି ଶ୍ରୀମତୀ ବେହେରା, ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପିକା, କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ଛାତ୍ରୀ କଲେଜ ପରିସରରେ ବ୍ୟାପକ ଚାରା ରୋପଣ କରିଥିଲେ । ଶେଷରେ ବରିଷ୍ଠ ଅଧ୍ୟାପିକା ବବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.