www.samajalive.in
Saturday, December 6, 2025
26.1 C
Bhubaneswar

ବୃକ୍ଷରୋପଣ କରିବା ଆଗାମୀ ଭବିଷ୍ୟତ ପାଇଁ ସ୍ୱଚ୍ଛ ପରିବେଶ ଗଢ଼ିବା

ଭୁବନେଶ୍ଵର: ୭୬ ତମ ବନ ମହୋତ୍ସବ ପାଳନ ଅବସରରେ ମଙ୍ଗଳବାର ବଡ଼ଗଡ଼ ବ୍ରିଟ୍ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ପୂର୍ବତନ ବିଧାୟକ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ସବୁଜ, ସୁନ୍ଦର ପ୍ରଦୂଷଣ ମୁକ୍ତ କରିବାକୁ ବ୍ୟାପକ ଚାରାରୋପଣ କରିବାକୁ ପରାମର୍ଶ ଦେଇଥିଲେ।  ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ହେମ୍ବ୍ରମ କହିଥିଲେ, ଗଛଟିଏ ଥିଲେ ଜୀବନ ରହିବ। ଏହି ଟ୍ରଷ୍ଟ ବିଦ୍ୟାଳୟ ପରିବେଶକୁ ସୁନ୍ଦର ସବୁଜିମା କରିବାକୁ ଚେଷ୍ଟା କରିଥିବାରୁ ଧନ୍ୟବାଦ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତଥା ଓଡ଼ିଶା ପତ୍ରିକାର ସମ୍ପାଦକ ଚିଦାନନ୍ଦ ଜେନା, ଯୁବ ସମାଜସେବୀ ବଦ୍ରିନାରାୟଣ ଜେନା ଓ ସୌମ୍ୟା ରଞ୍ଜନ ପ୍ରଧାନ, କଲ୍ୟାଣ ଅଭିଯାନ ଟ୍ରଷ୍ଟର ସଭାପତି ଲିପୁନ କୁମାର ପରିଡ଼ା, ଉପସଭାପତି ଶାଶ୍ଵତ ଅନୁରାଗ ସାହୁ ଓ ଟ୍ରଷ୍ଟର ସାଧାରଣ ସମ୍ପାଦକ ସତ୍ୟପ୍ରଜ୍ଞ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।  ଆଗାମୀ ୨ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଟ୍ରଷ୍ଟ ସଭାପତି ଲିପୁନ କୁମାର ପରିଡ଼ା ସୂଚନା ଦେଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories