www.samajalive.in
Saturday, December 6, 2025
26.1 C
Bhubaneswar

ଇନରହ୍ୱିଲ୍‍ କ୍ଲବ୍‍ର ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷରୋପଣ

ଆଠଗଡ: ଆଠଗଡ ଇନରହ୍ୱିଲ୍‍ କ୍ଲବ ଓ କଟକ ସେଣ୍ଟାଲ ଇନରହ୍ୱିଲ୍‍ କ୍ଲବର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଆଠଗଡଠାରେ ଏକ ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଇନରହ୍ୱିଲ କ୍ଲବର ସଭାପତି କଳ୍ପଲତା ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥିଭାବେ କଟକ ସେଣ୍ଟାଲ ଇନରହ୍ୱିଲ କ୍ଲବର ସଭାପତି ସୁବର୍ଣ୍ଣ ପରିଜା ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ ସୁନ୍ଦର ସବୁଜ ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ସଂପ୍ରତି ଜଙ୍ଗଲ ସଂପଦର ଦୃତ ଅବକ୍ଷୟ ଯୋଗୁଁ ବିଶ୍ୱ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇବା ଦ୍ୱାରା ଜଳବାୟୁ ଓ ଋତୁଚକ୍ରରେ ଅସ୍ୱଭାବିକ ପରିବର୍ତ୍ତନ ଦେଖା ଦେଉଛି, ଯାହାକି ଜୀବଜଗତ ପାଇଁ ମହାବିପଦ ସୃଷ୍ଟି କରିବ। ତେଣୁ ଆମେ ସମସ୍ତେ ଏଥିପ୍ରତି ସଚେତନ ହେବା ସହ ନିଜ ନିଜ ପ୍ରଚେଷ୍ଟାରେ ଯଥେଷ୍ଟ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ଆବଶ୍ୟକ ବୋଲି ଶ୍ରୀମତୀ ପରିଜା ମତବ୍ୟକ୍ତ କରିଥିଲେ। ସଭାପତି ଶ୍ରୀମତୀ ଦାଶ, ପୂର୍ବତନ ସଭାପତି ପୁଲିନ ମିଶ୍ର, ସିସିସି ମଞ୍ଜୁଲତା ମହାଳିକ ପ୍ରମୁଖ ଉଦ୍‍ବୋଧନ ଦେଇ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଅତିକମ୍‍ରେ ଗୋଟିଏ ଗୋଟିଏ ଚାରା ଲଗାଇଲେ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଆମ ଉତ୍ତର ପିଢି ପାଇଁ ଏକ ସବୁଜ, ସୁନ୍ଦର ଓ ସୁସ୍ଥ ପରିବଶ ସୃଷ୍ଟି କରିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି କହିବା ସହ ଇନରହ୍ୱିଲ କ୍ଲବର ସଦସ୍ୟମାନେ ଏ ଦିଗରେ ମହିଳା ମାନଙ୍କୁ ସଚେତନ କରିବା ପାଇଁ ସେମାନେ ଆହ୍ୱାନ ଜଣାଇଥିଲେ। ସଂପାଦିକା ଦୀପାଳି ଦାଶ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜେଶ୍ୱରୀ ଦାସ, ନିରଜ ନଳିନୀ ବେହେରା ଓ ପ୍ରଣତି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ଜସ୍ମିନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ କ୍ଲବ୍‍ର ସଦସ୍ୟମାନେ ବିଭିନ୍ନ କିସମର ବହୁ ଚାରା ରୋପଣ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories