www.samajalive.in
Saturday, December 6, 2025
26.1 C
Bhubaneswar

ତୁଳସୀର ଏଭଳି ଚମତ୍କାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ତୁଳସୀର ସ୍ୱାସ୍ଥ୍ୟ ଉପକାରୀ ବହୁ ଗୁଣ ରହିଛି। ଅନେକ ରୋଗକୁ ଏହା ଶରୀରରୁ ଦୂରେଇ ରଖେ। ଏହାସହ ତ୍ୱଚା ପାଇଁ ମଧ୍ୟ ଏହା ଖୁବ ଲାଭଦାୟକ। ଜାଣନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଲାଭ….
ତୁଳସୀରେ ବହୁ ପୋଷକ ତତ୍ତ୍ୱ ରହିଛି। ତୁଳସୀର ପତ୍ରରେ ଭିଟାମିନ ଓ ଖଣିଜ ତତ୍ତ୍ୱ ମଧ୍ୟ ରହିଛି। ଏଥିରେ ଭିଟାମିନ ସି, କ୍ୟାଲସିୟମ, ଜିଙ୍କ, ଆଇରନ ରହିଛି।
କାଶ କିମ୍ବା ଗଳାରେ ଯନ୍ତ୍ରଣା ଅନୁଭବ ହେବା ସମୟରେ ତୁଳସୀର ସେବନ ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।
ନିଶ୍ୱାସ ପ୍ରଶ୍ୱାସ ଅଥବା ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ତୁଳସୀ ପତ୍ର , କଳାଲୁଣ ଖାଇବା ଦ୍ୱାରା ଆରାମ ମିଳିଥାଏ।
ତୁଳସୀ ପତ୍ର ସହ ଲବଙ୍ଗ ମିଶାଇ ଖାଇବା ଦ୍ୱାରା କାଶ ଦୂର ହୋଇଥାଏ।
ଥଣ୍ଡା ସମୟରେ ତୁଳସୀପତ୍ର ସହ ଅଦା, ଗୋଲମରିଚ ମିଶାଇ ଏହାକୁ ଫୁଟାଇ ପିଇଲେ ଆରାମ ଅନୁଭବ ହୋଇଥାଏ।
ତୁଳସୀ ସହ ମିଶ୍ରି ମିଶାଇ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
୧୦ ରୁ ୧୨ଟି ତୁଳସୀ ପତ୍ର ଅଳ୍ପ କିଛି ଗୋଲମରିଚ ମିଶାଇ ଖାଇା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ତୁଳସୀ ରସ ସହ ମହୁ ମିଶାଇ ଖାଇଲେ ବାରମ୍ବାର ହେଉଥିବା ହେକୁଟି ସମସ୍ୟା ଦୂର ହୁଏ।
ତୁଳସୀରେ ଆଣ୍ଟିବ୍ୟାକ୍ଟେରିଅଲ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି। ତୁଳସୀ ପତ୍ରକୁ ପେଷି ଏଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଏହା ବ୍ରଣ ସମସ୍ୟାକୁ ଦୂର କରିବା ସହ ତ୍ୱଚାର ବହୁ ଉପକାର କରିଥାଏ।
ଖୀରରେ ମଧ୍ୟ ଅଳ୍ପ ତୁଳସୀ ପତ୍ର ପକାଇ ଏହାକୁ ଫୁଟାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories