ଶ୍ରାବଣରେ ଲଗାନ୍ତୁ ଏହି ୫ଟି ବୃକ୍ଷ
କଥାରେ ଅଛି ବୃକ୍ଷ ହିଁ ଜୀବନ। ସେହିଭଳି କିଛି ସ୍ୱତନ୍ତ୍ର ବୃକ୍ଷ ରହିଛି, ଯାହା ଜୀବନରେ ଖୁସି ଆଣିବା ସହ ଅନେକ ସମସ୍ୟା ଦୂର କରିଥାଏ। ୫ଟି ବୃକ୍ଷ ବିଷୟରେ ଜାଣନ୍ତୁ ଯାହା ଭାଗ୍ୟରେ ସୁପରିବର୍ତ୍ତନ ଆଣିଥାଏ। ଜାଣନ୍ତୁ..
ତୁଳସୀ – ତୁଳସୀ ବୃକ୍ଷ ଘରର ଅଗଣାରେ ଓ ବଗିଚାରେ ଲଗାଇବା ଦ୍ୱାରା ପ୍ରଭୁ ବିଷ୍ଣୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଘରର ପ୍ରବେଶ ଦ୍ୱାରରେ ଲିପଷ୍ଟିକ୍ ପ୍ଲାଣ୍ଟ ( କ୍ରସୁଲା ଓବାଟା) ଲଗାନ୍ତୁ। ଏହା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଏହି ଗଛ ବଜାରରେ ସହଜରେ ମିଳିଥାଏ।
ବାମ୍ବୋ ପ୍ଲାଣ୍ଟ – ଏହି ଗଛକୁ ସୁଖ,ଶାନ୍ତି ଓ ସମୃଦ୍ଧି ପ୍ରଦାନ କରୁଥିବା ଗଛ ବୋଲି କୁହାଯାଏ। ଘରର ବଗିଚାରେ ଓ ଫୁଲ କୁଣ୍ଡରେ ଲଗାଇ ରଖିପାରିବେ।
ମୟୁରଶିଖା –ଘର ବଗିଚାରେ ସୁନ୍ଦରତା ବୃଦ୍ଧି ସହ ଏହି ଗଛ ଶୁଭଫଳ ପ୍ରଦାନ କରିଥାଏ।
ଶ୍ୱେତ ଅପରାଜିତା – ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଶ୍ୱେତ ଅପରାଜିତା ଘରର ବଗିଚାରେ ନିଶ୍ଚୟ ଲଗାନ୍ତୁ।
Comments are closed.