www.samajalive.in
Saturday, December 6, 2025
15.1 C
Bhubaneswar

ବଡବେରଣାରେ ବୃକ୍ଷରୋପଣ ,ମାସ୍କ ବଣ୍ଟନ ଏବଂ ରକ୍ତଦାନ ଶିବିର କାର୍ୟ୍ୟକ୍ରମ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ଠାରେ ଆଜି ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ସହିତ ବୃକ୍ଷରୋପଣ ଏବଂ ମାସ୍କ ବଣ୍ଟନ କରାଯାଇଥିଲା । ଶିକ୍ଷାବିତ ତଥା ସମାଜସେବୀ ଭଗବାନ ପଣ୍ଡାଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ସବୁ କାର୍ୟ୍ୟକ୍ରମରେ ବିଧାୟକ ରାଜେନ୍ଦ୍ରକୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ବଡବେରଣା ନୋଡାଲ ଉ ପ୍ରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ପରେ ଜୀବନବିନ୍ଦୁ କାର୍ୟ୍ୟକ୍ରମକୁ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସ।ହିତ କରିଥିଲେ । ଏଥିରେ ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୫୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବଡବେରଣା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ମାନଙ୍କୁ ନେଇ ପଞ୍ଚାୟତ ସଭା ଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅବ୍ୟକ୍ତ ହରିହର ଖାଡଙ୍ଗା ,ଭିକାରୀ ଚରଣ ପଣ୍ଡା ,ସନ୍ତୋଷ କୁମାର ମହାପାତ୍ର ,ପୁରୁଷୋତ୍ତମ ମହାପାତ୍ର ,ରବୀନ୍ଦ୍ରନାଥ ପଣ୍ଡା ,ନିଖିଳ ବିହାରୀ ମହାପାତ୍ର ,ପୂର୍ଣ୍ଣଚନ୍ଦ୍ର ସେଠି ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦେବୀ ଏବଂ ଅଧ୍ୟକ୍ଷ ତପନକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ୟ୍ୟରେ ସାହାଯ୍ୟ ସହଯୋଗ କରିଥିଲେ ।ଶେଷରେ ସରପଞ୍ଚ ରିନାବାଳା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories