www.samajalive.in
Sunday, December 14, 2025
26.1 C
Bhubaneswar

ଇରାନରେ ବିମାନ ଦୁର୍ଘଟଣା ; ୬୬ ଜଣଙ୍କର ମୃତ୍ୟୁ

ତେହେରାନ : ଇରାନରେ ରବିବାର ଏକ ବିମାନ ଦୁର୍ଘଟଣା ସମସ୍ତ ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣ ପଡିଛି । ବିମାନଟି ତେହେରାନରୁ ୟାସୁକ୍‌ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇରାନ ଆସମାନ ଏୟାର ଲାଇନ୍ସର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଗୋଟିଏ ଛୋଟ ପିଲା ସମେତ ୬ ଜଣ ବିମାନ କର୍ମଚାରୀ ଓ ୬୦ ଜଣ ଯାତ୍ରୀଙ୍କୁ ନେଇ ବିମାନଟ ଯାତ୍ରା ଆରମ୍ଭ କରିଥିଲା । ଦେନା ପର୍ବତରେ ପ୍ରାୟ ୪୪୦ ମିଟର (୧୪୪୦ ଫୁଟ୍‌) ଉପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁଇ ଇଂଜିନ ବିଶିଷ୍ଟ ଏଟିଆର-୨ ବିମାନକୁ ସ୍ୱଳ୍ପ ଦୂରତା ଯାତ୍ରା ପାଇଁ ବ୍ୟବହାର କରାଯାଏ । ତେବେ ରାଜଧାନୀ ତେହେରାନଠାରୁ ଦକ୍ଷିଣକୁ ୬୨୦ କିଲୋମିଟର ଦୂର ପାର୍ବତ୍ୟ ସହର ସେମିରୋମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories