www.samajalive.in
Saturday, December 6, 2025
26.1 C
Bhubaneswar

ଏହି ସ୍ଥାନରେ ରଖନ୍ତୁ ପାଣିର ଚିତ୍ର : ଦୂର ହେବ ଆର୍ଥିକ ସମସ୍ୟା

ବେଳେବେଳେ ଏମିତି ସମୟ ଆସେ ଯେତେ ଆୟ କଲେ ମଧ୍ୟ ଅଣ୍ଟେନାହିଁ। ସବୁବେଳେ ଧନର ଅଭାବ ଲାଗି ରହେ। ହେଲେ ଲୋକେ ଏ ବିଷୟରେ ଅଜଣା ଥାଆନ୍ତି ଯେ, ଏସବୁ କିଛି ବାସ୍ତୁ ଦୋଷ ଯୋଗୁଁ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ପାଖରେ ବା ଘରେ ମଧ୍ୟ ଏପରି ସମସ୍ୟା ଦେଖା ଦେଉଛି ଅର୍ଥାତ୍‍ ଟଙ୍କା ପଇସାର ଅଭାବ ଦେଖାଦେଉଛି, ତେବେ ଏହାର ସମାଧାନ ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ରହିଛି। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପାଣି ବା ପାଣିର ଚିତ୍ରକୁ ସଠିକ୍ ସ୍ଥାନରେ ରଖିବା ଦ୍ୱାରା, ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଥାଏ। ପାଣିର ଶୋ’ପିସ୍ କିମ୍ବା ଫଟୋକୁ ବାଲ୍‍କୋନୀରେ ରଖନ୍ତୁ। ଏହାଦ୍ୱାରା ଘର ଉପରେ ଖରାପ ନଜର ପଡ଼ିବ ନାହିଁ ଓ ଘରକୁ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିପାରିବେ ନାହିଁ। ଏହା ଦ୍ୱାରା ଘରେ ଲାଗି ରହୁଥିବା ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ।

- Advertisement -

ରୋଷେଇ ଘରେ ପାଣି ସମ୍ବନ୍ଧୀୟ ଜିନିଷ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ,ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରନ୍ତି। ଘରର ସଦସ୍ୟଙ୍କ ଆୟ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ ଓ ଘରେ କଳି ଝଗଡ଼ା ଲାଗି ରହିଥାଏ। ଯଦି ଆପଣଙ୍କ ଘର ପାଖରେ ବଗିଚା ଅଛି ଓ ସେଠାରେ କୃତ୍ରିମ ଝରଣା ତିଆରି କରାଯାଇଛି କିମ୍ବା ଆପଣ କରିବାକୁ ଚାହୁଁଛନ୍ତି, ତେବେ ଧ୍ୟାନ ରଖନ୍ତୁ, ଏହାକୁ ଘରର ଉତ୍ତର ଦିଗରେ କରାନ୍ତୁ। ଏପରି କଲେ ଘରର ସୁଖ, ଶାନ୍ତି ବଜାୟ ରହିବ। ଏହା ସହ ଝରଣାର ମୁହଁ ପୂର୍ବ ଓ ଦକ୍ଷିଣ-ପୂର୍ବକୁ କରନ୍ତୁ। ଘରର ଉତ୍ତର, ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଝରଣା ବା ପାଣିର ସ୍ରୋତ ସ୍ଥାପନ କରିବା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ଘଟିଥାଏ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories