www.samajalive.in
Saturday, December 6, 2025
15.1 C
Bhubaneswar

ବିଜେପି ପଶ୍ଚିମବଙ୍ଗରେ ଦୁଇଅଙ୍କ ଛୁଇଁପାରିବନି; ମମତାଙ୍କ ଚରମବାଣୀ ପରେ ଏପରି ପ୍ରତିକ୍ରିୟା ରଖିଲେ ପିକେ

କଲକାତା: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ନେତାମାନେ ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି। ଅସନ୍ତୁଷ୍ଟ ନେତାଙ୍କୁ ମନାଇବାରେ ଦଳ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ଦଳର ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେଙ୍କ ଉପରେ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ମମତା ଦଳର ସ୍ଥିତି ସମ୍ଭାଳିବା ସମ୍ପର୍କରେ ପିକେଙ୍କୁ ଚରମବାଣୀ ଶୁଣାଇଛନ୍ତି। ଯଦି ଦଳର ସ୍ଥିତି ନ ସୁଧୁରେ, ତେବେ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମମତା କହିଥିବା ଜଣାପଡ଼ିଛି।

ମମତାଙ୍କ ଏପରି ଚରମବାଣୀ ପରେ ପିକେ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେପି ଆସନ୍ତା ବିଧାନସଭାନ ନିର୍ବାଚନରେ ଦୁଇ ଅଙ୍କ ଛୁଇଁପାରିବ ନାହିଁ। ଯଦି ଏପରି ନ ହୁଏ, ତେବେ ସେ ଟ୍ବିଟ୍‌ର ଛାଡ଼ିଦେବେ। ଉଲ୍ଲେଖଯୋଗ୍ୟ, ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଟିଏମସିର ୩ ଜଣ ବିଧାୟକ ଏବଂ ଅନେକ ନେତା ଦଳ ଛାଡ଼ିଛନ୍ତି। ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ମମତା ନିଜେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି।

- Advertisement -

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟିଏମସିରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିଦ୍ରୋହ ପିକେ ଏବଂ ତାଙ୍କ କମ୍ପାନୀ ଆଇ ପିକେ ଯୋଗୁ ହୋଇଛି। ଅସନ୍ତୁଷ୍ଟ ନେତାଙ୍କ କହିବା ଅନୁସାରେ, ପିକେ ଏବଂ ତାଙ୍କ କମ୍ପାନୀ ଦଳକୁ କର୍ପୋରେଟ୍‌ ଷ୍ଟାଇଲରେ ପରିଚାଳନା କରିବାକୁ ଚାହୁଁଛନ୍ତି। ଏହା ପଶ୍ଚିମବଙ୍ଗର ରାଜନୈତିକ ରୁଚି ଅନୁରୂପ ନୁହେଁ। ଏହି କାରଣରୁ ନେତାମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ କାରଣରୁ ନିକଟରେ କାଳୀଘାଟରେ ହୋଇଥିବା ଦଳୀୟ କୋର୍‌ କମିଟି ବୈଠକରେ ମମତା ପିକେଙ୍କୁ ଜବାବ ମାଗିଥିଲେ। ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ପିକେଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମମତା ବାନାର୍ଜୀ ନିଜ ଭଣଜା ଅଭିଷେକଙ୍କ ପରାମର୍ଶ ଅନୁସାରେ ଟିଏମସି ଆଇ. ପିକେ କମ୍ପାନୀ ସହିତ ୪୦୦ କୋଟି ଟଙ୍କାର ଚୁକ୍ତି କରିଛି। ଦଳର ସ୍ଥିତି ମଜଭୁତ କରିବା ଲାଗି ଟିଏମସି ପିକେଙ୍କ ସହିତ ଏହି ଚୁକ୍ତି କରିଥିବା ଜଣାପଡ଼ିଛି।

ତେବେ ମମତାଙ୍କ ଚରମବାଣୀ ପରେ ପିକେ ସୋମବାର ଟ୍ବିଟ୍‌ କରି କହିଛନ୍ତି, ଗଣମାଧ୍ୟମର ଏକ ସଂସ୍ଥା ପଶ୍ଚିମବଙ୍ଗରେ ବିଜେପି ସମର୍ଥନରେ ମାହୋଲ  ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ବାସ୍ତବରେ ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସଂଘର୍ଷ କରିବ। ଦୟାକରି ଆପଣମାନେ ଏହି ଟ୍ବିଟ୍‌କୁ ସୁରକ୍ଷିତ ରଖନ୍ତୁ ଏବଂ ଯଦି ବିଜେପି ଏହାଠାରୁ ଭଲ ପ୍ରଦର୍ଶନ କରିବ ତେବେ ମୁଁ ଟ୍ବିଟର ଛାଡ଼ିଦେବି ବୋଲି ପିକେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories