www.samajalive.in
Sunday, December 14, 2025
15.1 C
Bhubaneswar

ଦଳିତ ମହାସଂଘ ପକ୍ଷରୁ ପିପିଲି ତହସିଲ ଘେରାଓ

ପିପିଲି : ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ପିପିଲିରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହ ତହସିଲ କାର୍ଯ୍ୟାଳୟକୁ ଦୀର୍ଘ ୨ଘଣ୍ଟା କାଳ ଘେରାଓ କରାଯାଇଥିଲା ।

ଫଣି’ ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଅଚଳ ବ୍ୟାଙ୍କ ଜମାଖାତାକୁ ସଚଳ କରାଯିବା ସହ  କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବା, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରାଯାଇ ଜଗନ୍ନାଥପୁର ପଞ୍ଚାୟତର ସୁକାନ୍ତ ବେହେରା, ଗଙ୍ଗାଧର ପରିଡା, ବାଉରୀବନ୍ଧୁ ମାହାରୀ, ବାସୁଦେବ ବେହେରାଙ୍କ ଅଚଳ ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରାଯାଇ ସେମାନଙ୍କୁ ତୁରନ୍ତ ଫଣି’ ସହାୟତା ପ୍ରଦାନ କରାଯିବା, ଜଗନ୍ନାଥପୁର ପଞ୍ଚାୟତରେ ଗୋଚର ଜମି ଜବର ଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୁବାଶାସନ ଗ୍ରାମର କଣ୍ଡୁରୀ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯିବା ସହ ତାଙ୍କ ସମ୍ପତ୍ତି ହଡପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଦି ଦାବିରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ପିପିଲି ପେଟ୍ରୋଲ ଟାଙ୍କି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପିପିଲି ମୁଖ୍ୟ ବଜାର ଦେଇ ପିପିଲି ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନେ ତହସିଲ କାର୍ଯ୍ୟାଳୟକୁ ଘେରାଓ କରିଥିଲେ । ଏହି ଅବସରରେ ସେଠାରେ ଶ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମହାସଂଘର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୋନିଲତା ସେଠୀ, ପିପିଲି ବ୍ଳକ ସଭାପତି ପ୍ରକାଶ ବେହେରା, ପୁରୀ ଜିଲା ସଭାପତି ଭାଗିରଥି ବେହେରା, ନିମାପଡା ବ୍ଲକ ସଭାପତି ଶରତ ବେହେରା, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆ (ଆର୍‍ପିଆଇ)ର ରାଜ୍ୟ ଅଧ୍ୟକ୍ଷ ସେକ୍‍ ଅବଦୁଲ ୱାଲି, ନାରୀନେତ୍ରୀ ଗୀତା ମଲ୍ଲିକ, ସସ୍ମିତା ବେହେରା, ସରୋଜିନି ସେଠୀ, ସବିତା ନାୟକ, କୁନି ବେହେରା, ବରିଷ୍ଠ ନେତା ଉଗ୍ରସେନ ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏବେ ବି ଅନେକ ଫଣି’ କ୍ଷତିଗ୍ରସ୍ତ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଜରିପାଲ ତଳେ ବାସ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ ଫଣି’ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଦ୍ୱାରା ସେମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ । ବ୍ୟାଙ୍କ ଆକାଉଣ୍ଟ ଅଚଳ ଯୋଗୁଁ ସେମାନେ ନିଜ ପୁଅ, ଝିଅଙ୍କ ବିବାହ ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢା ଓ ମେଡିକାଲ ଚିକିତ୍ସା ବେଳେ ନାନା ସମସ୍ୟା ଭୋଗ କରୁଥିବା ସଂପର୍କରେ ଶ୍ରୀ ସେଠୀ ଅଭିଯୋଗ କରିବା ସହ ଫଣି’ ବିପନ୍ନଙ୍କ ଆବେଦନ ଉପରେ ତୁରନ୍ତ ବିଚାର କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ । ଅଞ୍ଚଳର ଭୂମିହୀନଙ୍କୁ ତୁରନ୍ତ ସରକାରୀ ବାସପଯୋଗୀ ଜମି ଯୋଗାଇ ଦେବାକୁ ସେ ଦାବି କରିଥିଲେ । ୧୫ ଦିନ ମଧ୍ୟରେ ଦାବି ପୂରଣ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀସେଠୀ ଚେତାବନୀ ଦେଇଥିଲେ । ଏ ସଂପର୍କିତ ଏକ ଦାବିପତ୍ରକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପିପିଲି ଆଇଆଇସି ଶ୍ରୀପୃଷ୍ଟିଙ୍କ ସମେତ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ, ପ୍ରହଲ୍ଲାଦ ବରାଳ ପ୍ରମୁଖ ପୁଲିସ ଫୋର୍ସ ସହ ସେଠାରେ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories