www.samajalive.in
Sunday, December 14, 2025
26.1 C
Bhubaneswar

ଡା. ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ବୁର୍ଲା : ଭିମସାରର ସହକାରୀ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ଗତ ଫେବୃଆରୀ ମାସରେ ଗରିବ ରୋଗୀ ସେବାରେ ନିଆରା ପ୍ରୟାସ ଟଙ୍କିକିଆ କ୍ଲିନିକ୍‌ ଆରମ୍ଭ କରିଥିଲେ। କ୍ଲିନିକକୁ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ମାତ୍ର ଏକ ଟଙ୍କା ଫି’ ଦେବାକୁ ପଡ଼ିବ। ତେବେ ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ ମାଧ୍ୟମରେ ଡାକ୍ତର ରାମଚନ୍ଦାନିଙ୍କ ଟଙ୍କିକିଆ କ୍ଲିନିକକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ସମାଜକୁ ଭିନ୍ନ ଏକ ଉଦାହରଣ ତଥା ବାର୍ତ୍ତା ଦେବ ବୋଲି ପ୍ରକାଶ କରିଛନ୍ତି।

ସୁଚନା ଥାଉକି, ଭିମସାର ସହକାରୀ ପ୍ରଫେସର ଡା. ରାମଚନ୍ଦାନୀ ଏବଂ ତାଙ୍କ ପତ୍ନୀ ଡା. ଶିଖା ରାମଚନ୍ଦାନୀ ଗରିବ ରୋଗୀଙ୍କ ସେବା ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ କରି ଟଙ୍କିକିଆ କ୍ଲିନିକ ଖୋଲିଥିଲେ। ବୁର୍ଲା ସହରର ଇନ୍ଦିରା ଛକ ନିକଟସ୍ଥ ନିଜ ବାସଭବନରେ ଏହି କ୍ଲିନିକ ଆରମ୍ଭ କରି ନାମ ରଖିଛନ୍ତି ୱାନ୍‌ ରୁପିଜ କ୍ଲିନିକ। ଦିବ୍ୟାଙ୍ଗ, କୃଷ୍ଠ ରୋଗୀ, ବୃଦ୍ଧବୃଦ୍ଧା ରୋଗୀ ଯେଉଁମାନେ ଲମ୍ବା ଧାଡ଼ିରେ ଛିଡା ହୋଇ ପାରୁନାହାନ୍ତି ସେହି ରୋଗୀମାନଙ୍କ ପାଇଁ ଡା. ରାମଚନ୍ଦାନୀ କିଛି ସମୟ ଦେବା ଉଦ୍ଦେଶ୍ୟରେ ଏହା ଆରକମ୍ଭ କରିଥିବା ପ୍ରକାଶ କରିଥିଲେ। ଡା.ଶଙ୍କର ଭିମସାର ମେଡିସିନ ବିଭାଗର ଡାକ୍ତର ଥିବାବେଳେ ତାଙ୍କ ପତ୍ନୀ ଡା. ଶିଖା ରେଲବାଇ ବିଭାଗର ଦନ୍ତ ବିଭାଗର ଡାକ୍ତର ଅଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories