www.samajalive.in
Saturday, December 6, 2025
26.1 C
Bhubaneswar

ଆଭାସି ମାଧ୍ୟମରେ ପିପିଲି ପଞ୍ଚାୟତ ସମିତି ବୈଠକ : ୬ଟି ଉଚ୍ଚ ବିଦ୍ୟାଳୟର ହେବ ଆଧୁନିକୀକରଣ

ପିପିଲି : ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଅଧିକ ଆଗ୍ରହ ବୃଦ୍ଧି କରିବା, ବିଦ୍ୟାଲାଭରେ ସ୍ପୃହା ବୃଦ୍ଧି କରିବା, ସୃଜନଶୀଳତାର ଅଭିବୃଦ୍ଧି, କ୍ରୀଡାକୌଶଳର ଦକ୍ଷତା ବୃଦ୍ଧି ପାଇଁ ପିପିଲି ବ୍ଲକର ୬ଟି ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ସ୍ମାର୍ଟ ବିଦ୍ୟାଳୟର ରୂପରେଖ ଦିଆଯିବ। ପିପିଲିର ଗୋବିନ୍ଦପୁର ହାଇସ୍କୁଲ, ପିପିଲି ହାଇସ୍କୁଲ, ପଦ୍ମାବତୀ ହାଇସ୍କୁଲ, ଉତ୍ତରାୟଣୀ ବିଦ୍ୟାପୀଠ, ହାଟସାହି ହାଇସ୍କୁଲ ଓ ତେଇସିପୁର ହାଇସ୍କୁଲରେ ଏହି ଯୋଜନାରେ ଅତ୍ୟାଧୁନିକ ଶ୍ରେଣୀଗୃହ, ଆଧୁନିକ ପ୍ରୟୋଗଶାଳା, ଆଧୁନିକ ଖେଳପଡ଼ିଆ ଆଦି ନିର୍ମାଣ କରାଯିବା ସଂପର୍କରେ ପିପିଲି ପଞ୍ଚାତୟ ସମିତି ବୈଠକରେ ବିଡିଓ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି।
ପିପିଲି ପଞ୍ଚାୟତ ସମିତିର ସାଧାରଣ ବୈଠକ ଶୁକ୍ରବାର ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତସମିତିର ସଭ୍ୟ,ସଭ୍ୟା, ସରପଞ୍ଚ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ପଞ୍ଚାୟତସମିତିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ ବୈଠକକୁ ପରିଚାଳନା କରିଥିବା ବେଳେ ପ୍ରାରମ୍ଭରେ ପୂର୍ବବୈଠକର ବିବରଣୀ ପଠନ ଓ ଦୃଢିକରଣ ପରେ କୋଭିଡ୍‍-୧୯ ମହାମାରୀର ସଂକ୍ରମଣ ଓ ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ ସଂପର୍କିତ ଆଲୋଚନାକୁ ବୈଠକରେ ପ୍ରାଥମିକତା ଦିଆଯାଇଥିଲା। କୋଭିଡ୍‍-୧୯ର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ବିନୟ କୁମାର ପଣ୍ଡା ଗୁରୁତ୍ୱାରୋପ କରିବା ସହ ପିପିଲି ଏନ୍‍ଏସି ଓ ଗ୍ରାମପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ଦୈନିକ ୧୮ବର୍ଷରୁ ଉର୍ଦ୍ଧ ନାଗରିକଙ୍କୁ ଟିକାକରଣ କରାଯାଉଥିବା ଓ ଦୈନିକ ୪ଟି ସ୍ଥାନରେ କୋଭିଡ ନମୁନା ପରୀକ୍ଷା କରାଯାଉଥିବା ସଂପର୍କରେ ସୂଚନା ଦେଇଥିଲେ। ଉଭୟ ଟିକାକରଣ ଓ ନମୁନା ପରୀକ୍ଷା କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ, ସଭ୍ୟାଙ୍କ ସହଯୋଗ ସେ କାମନା କରିଥିଲେ। ରାସନ କାର୍ଡ ଟାର୍ଗେଟ୍‍ ମିଳିବା ପରେ ପଞ୍ଚୟତୱାରୀ ତାଲିକା ପ୍ରସ୍ତୁତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବା ସଂପର୍କରେ ବ୍ଲକ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ। ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ଗୁଣାତ୍ମକମାନ ବଜାୟ ରଖିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପକୁ ସଂପନ୍ନ କରିବା ଉପରେ ବିଡିଓ ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ତୃଣମୂଳସ୍ତରରେ କାର୍ଯ୍ୟରତ ସରପଞ୍ଚ, ସମିତିସଭ୍ୟ ମାନଙ୍କର ସହଯୋଗ ବଳବତ୍ତର ରଖିବା ପାଇଁ ଅନୁରୋଧ କରିଥିଲେ।

- Advertisement -

ଜଳ ଜୀବନ ମିଶନ ଜରିଆରେ ଗ୍ରାମୀଣ କ୍ଷେତ୍ରରେ ପ୍ରତିଘରକୁ ପାଇପ ଦ୍ୱାରା ବିଶୁଦ୍ଧ ପାନୀୟଜଳ ଯୋଗାଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିବା ବେଳେ କୋଭିଡ୍‍ ମହାମାରୀରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବିଧବା ପତ୍ନୀଙ୍କୁ ବିଧବା ଭତ୍ତା ପ୍ରଦାନ କରାଯିବା ସଂପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅବଗତ କରିଥିଲେ। ଗ୍ରାମୀଣ ଆବାସ ଯୋଜନା ସଂପର୍କରେ ବିଡିଓ ସୂଚନା ଦେଇଥିବା ବେଳେ ବର୍ଷାଋତୁକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଥିବା ବନ୍ୟା ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ। ବିଭିନ୍ନ ପଞ୍ଚାୟତରେ ଲାଗିଥିବା ଅଧିକାଂଶ ଏଲ୍‍ଇଡି ଲାଇଟ୍‍ ଖରାପ ହୋଇଯାଇଥିବା ସଂପର୍କରେ ସମିତିସଭ୍ୟ ଧରଣୀଧର ସାହୁ ଅବଗତ କରିବା ପରେ ଆଲୋକୀକରଣ ବ୍ୟବସ୍ଥା ସଂପର୍କରେ ସଠିକ୍‍ ତଦାରଖ କରି ଆବଶ୍ୟକ ପଦକ୍ଷେପ ନେବାକୁ ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ବିଡିଓଙ୍କୁ ଅନୁରୋଧ କରିଥିଲେ। ଶେଷରେ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories