www.samajalive.in
Saturday, December 6, 2025
26.1 C
Bhubaneswar

ସଫେଇନାଳକୁ ଖସିଲା ବାଇକ୍‌‌; ଜଣେ ମୃତ, ଜଣେ ଗୁରୁତର

ପିପିଲି: ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାର ଖଣ୍ଡିଆଗିରି ଗ୍ରାମ ନିକଟରେ ଥିବା ସଫେଇନାଳ ପୋଲ ତଳକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକ୍‌‌ ଖସି ପଡିବା କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ୯ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁରୀ ଦିଗରୁ ପିପିଲି ଅଭିମୁଖେ ଯାଉଥିବା ଏକ ବାଇକ୍‌‌ କୌଣସି କାରଣରୁ ଭାରସାମ୍ୟ ହରାଇ ଖଣ୍ଡିଆଗିରି ନିକଟରେ ଥିବା ସଫେଇନାଲ ପୋଲ ତଳକୁ ଖସି ପଡିଥିଲା। ବାଇକ୍‌‌ଟି ପୋଲର କଂକ୍ରିଟ୍‌‌ ବାଡରେ ଘସି ହୋଇ ପ୍ରାୟ ଶହେ ଫୁଟ୍‌‌ ଦୂରକୁ ଛିଟିକି ଯାଇ ତଳେ ପଡିଥିଲା। ଖବର ପାଇ ପିପିଲି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲ ତଳୁ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ସେହି ରାତିରେ ଉକ୍ତ ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌‌ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଅଗ୍ନିଶମବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ଅନ୍ଧାର ରାତିରେ ଉକ୍ତ ସଫେଇନାଳରେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ଅନ୍ୟ କାହାରିକୁ ପାଇନଥିଲେ। ବୁଧବାର ସକାଳେ ଉକ୍ତ ସଫେଇନାଳ ପୋଲ ତଳେ ଦଳଭର୍ତ୍ତି ଜଳ ମଧ୍ୟରେ ଅନ୍ୟ ଜଣେ ଯୁବକ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମବାହିନୀ ଓ ପିପିଲି ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦଳଭର୍ତ୍ତି ଜଳ ମଧ୍ୟରୁ ଉକ୍ତ ଯୁବକକୁ ଉଦ୍ଧାର କରି ପିପିଲି ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉକ୍ତ ବାଇକ୍‌‌ରେ ଥିବା ଦୁଇ ଯୁବକ ସଂପର୍କରେ ମାମୁଁ ଓ ଭଣଜା ହେବେ ବୋଲି ପୁଲିସକୁ ସୂଚନା ମିଳିଛି। ମାମୁଁଙ୍କ ଘର ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ ପତଣ୍ଡା (ପୁମାଚନ୍ଦ୍ରପୁର) ଗ୍ରାମରେ ହୋଇଥିବା ବେଳେ ଭଣଜାର ଘର ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି। ତେବେ କିଏ ମୃତ ଓ କିଏ ଜୀବିତ ଅଦ୍ୟାବଧି ତାହା ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକଙ୍କୁ ପୁଲିସ ଅପେକ୍ଷା କରିଥିବା ସୂଚନା ମିଳିଛି। ବାଇକ୍‌‌ଟି ଦ୍ରୁତ ଗତିରେ ଥିବାରୁ ଘନ କୁହୁଡିରେ ରାସ୍ତା ଜଣାନପଡିବାରୁ ପୋଲରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories