www.samajalive.in
Monday, November 17, 2025
17.1 C
Bhubaneswar

ଭକ୍ତ ଦାସିଆ ପୀଠସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ

ପିପିଲି : ପବିତ୍ର ବାହୁଡା ଯାତ୍ରା ଅବସରରେ ପିପିଲିର ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ତ୍ରୟୋଦଶ ତମ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ନଗର ସଂକୀର୍ତ୍ତନ ଓ ଭକ୍ତ ଦାସିଆଙ୍କ ସମାଧି ପୀଠରେ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ପୀଠର ମୁଖ୍ୟପୂଜକ ଲକ୍ଷ୍ମୀଧର ପାଢୀ, ସହାୟକ ପୂଜକ ରାମ ମାନସ ମିଶ୍ର ଓ ପ୍ରହଲ୍ଲାଦ ମିଶ୍ରଙ୍କ ଦ୍ୱାରା ପୀଠସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ମା’ ବିମଳା, ମା’ ମହାଲକ୍ଷ୍ମୀ, ଶ୍ରୀଗଣେଶ ଓ ଶ୍ରୀମହାବୀରଙ୍କ ମନ୍ଦିରରେ ଦେବାଦେବୀଙ୍କ ମହାସ୍ନାନ, ନୂତନ ବସ୍ତ୍ର ପରିଧାନ ଓ ସ୍ୱତନ୍ତ୍ର ପୂଜାନିତୀ କରାଯାଇଥିଲା।
ବାର୍ଷିକ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ହୋମଯଜ୍ଞରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସମାଜସେବୀ ପ୍ରଶାନ୍ତ କୁମାର ରାଉତରାୟ କର୍ତ୍ତା ଭାବେ ଯୋଗଦେଇଥିବା ବେଳେ ପଣ୍ଡିତ ସତ୍ୟଜିତ ପାଢୀ କର୍ମକାଣ୍ଡ ସମାପନ କରିଥିଲେ। ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର ସଦସ୍ୟଙ୍କ ଅନୁଦାନରେ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସ ଗୃହର ଶିଳାନ୍ୟାସ ଏମ୍‍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଦ୍ୱାରା ସଂପାଦିତ ହୋଇଥିଲା। ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ସଦସ୍ୟ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଅର୍ଜ୍ଜୁନ ଚରଣ ସାମଲ, ଚିତ୍ତରଞ୍ଜନ ସେନାପତି, ସରୋଜ କୁମାର ସାହୁ, ଡ଼ଃ ଉଦୟନାଥ ତ୍ରିପାଠୀ, ରୋଟାରିୟାନ ଜୟପ୍ରକାଶ ମିଶ୍ର, ମମତା ବିଶ୍ୱାଳ, ଭାସ୍କର ସାମନ୍ତରାୟ, ଲକ୍ଷ୍ମୀଧର ସାହୁ, ଅର୍ଜ୍ଜୁନ ମାଝୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories