www.samajalive.in
Saturday, December 6, 2025
16.1 C
Bhubaneswar

ବଡଦିନ ପର୍ବ ପାଇଁ ପିପିଲି ଉତ୍ସବ ମୁଖରିତ

ପିପିଲି : ପବିତ୍ର ବଡଦିନ ପର୍ବ ପାଇଁ ପିପିଲି ଏବେ ଉତ୍ସବ ମୁଖର ହୋଇଉଠିଛି। ପିପିଲି ହାଟଛକ ସ୍ଥିତ ୧୭୮ ବଷର୍ର ପୁରାତନ ବାପ୍ଟିଷ୍ଟ ଚର୍ଚ୍ଚକୁ ଅତି ଆକର୍ଷଣୀୟ ଭାବେ ରଙ୍ଗୀନ ଆଲୋକରେ ସଜାଯାଇଛି। ଏହାସହ ପୌରାଞ୍ଚଳ ଅନ୍ତର୍ଗତ ଭରସାପୁର, ପ୍ରତ୍ୟାଶାପୁର, ଆଦର୍ଶପୁର, ଅନୁଗ୍ରହପୁର, କଲ୍ୟାଣପୁର ଆଦି ଖ୍ରୀଷ୍ଟିୟାନ ସାହିଗୁଡିକ ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ଏହି ସମସ୍ତ ସାହିରେ ନିର୍ମିତ ସୁନ୍ଦର କ୍ରୀସ୍‍ମାସ୍‍ ଟ୍ରୀ ଓ ଆକର୍ଷଣୀୟ ତୋରଣ ସାଙ୍ଗକୁ ସାନ୍ତାକ୍ଲଜଙ୍କ ପରିକ୍ରମା ବଡଦିନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ରୋଜ୍‍କେକ୍‍ ଓ ବିଭିନ୍ନ ପିଠାପଣାର ବାସ୍ନାରେ ସାହିଗୁଡିକ ମହକି ଉଠୁଛିି।
ଏହି ଅବସରରେ ବାପ୍‍ଟିଷ୍ଟ ଚର୍ଚ୍ଚରେ ସଂଗୀତ, ନୃତ୍ୟ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଖ୍ରୀଷ୍ଟିୟ ବୈଠକ ଯୁବକସଂଘ ବାଜା ଓ ବାଣ ସହ ସଂକୀର୍ତ୍ତନ ମଣ୍ଡଳୀରେ ଯାଇ ଘରକୁ ଘର ବୁଲି ରାତ୍ର ଉଜାଗର ପାଳନ କରୁଥିବା ପରିଲକ୍ଷିତ ହୋଇଛି। ସୋମବାର ରାତିରେ ଚର୍ଚ୍ଚରେ ଖ୍ରୀଷ୍ଟୀୟ ଉଦ୍‍ଯୋଗ ସମିତିର ସଭ୍ୟସଭ୍ୟା, ସଣ୍ଡେ ସ୍କୁଲର ଛାତ୍ରଛାତ୍ରୀ ଓ ଖ୍ରୀଷ୍ଟୀୟ ବୈଠକ ଯୁବକ ସଂଘ ପକ୍ଷରୁ କ୍ୟାରୋଲ ସଂଗୀତ, ସମ୍ମିଳିତ ଧର୍ମଗୀତ ଗାନ କରାଯାଇଥିଲା। ରାତି ୧୨ଟାରେ ଖ୍ରୀଷ୍ଟ୍ରୀୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଚର୍ଚ୍ଚର ପାଳକ ରେଭରେଣ୍ଟ ମୋଶା ପାଣି ସମସ୍ତଙ୍କୁ ବଡଦିନର ଅଭିନନ୍ଦନ ଜଣାଇଥିଲେ। ସେହିପରି ପବିତ୍ର ବଡଦିନ ଅବସରରେ ମଙ୍ଗଳବାର ଅପରାହ୍ନ୍ନରେ ଚର୍ଚ୍ଚରେ ପିପିଲି ମଣ୍ଡଳୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତ ପରିବେଷଣ ହେବାକୁ ଥିବା ବେଳେ ପ୍ରାରମ୍ଭିକ ଶାସ୍ତ୍ର ପାଠ, ପ୍ରାର୍ଥନା, ସମ୍ମିଳିତ ଧର୍ମଗୀତ, ବାକ୍ୟ ପରିବେଷଣ ଆଦି କାର୍ଯ୍ୟକ୍ରମ ରହିଛି। ପିପିଲି ବ୍ୟତୀତ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ବାହିଲିପଡା ଗ୍ରାମରେ ଥିବା ଚର୍ଚ୍ଚରେ ମଧ୍ୟ ପବିତ୍ର ବଡଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories