www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଓ ଶୋଭାଯାତ୍ରା

ପିପିଲି : ଓଡିଶା କର୍ମଚାରୀ ପ୍ରବଣନ ଆୟୋଗ( ଷ୍ଟାଫ ସିଲେକ୍ସନ କମିଶନ)ରେ ନିଯୁକ୍ତି ଦୁର୍ନିତି ମାମଲାର ସିବିଆଇ ତଦନ୍ତ ଦାବି କରି ପିପିଲି-ଡେଲାଙ୍ଗ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ପିପିଲି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଯୁବନେତା ଗଦାଧର ପରିଡ଼ା, ପୁରୀ ଜିଲା ଯୁବମୋର୍ଚ୍ଚା ପ୍ରଭାରୀ ଆଶୁତୋଷ ବେହେରା, ସହପ୍ରଭାରୀ ରାଣା ପୃଥିରାଜ, ଜିଲା ଯୁବମୋର୍ଚ୍ଚା ଉପସଭାପତି ଦେବପ୍ରସାଦ ତ୍ରିପାଠୀ, ସମ୍ପାଦକ ସମୟ ରଞ୍ଜନ ବିଶ୍ୱାଳ, ପିପିଲି ଯୁବମୋର୍ଚ୍ଚା ସଭାପତି ଦେବୀପ୍ରସାଦ ମଲ୍ଲିକ, କାର୍ଯ୍ୟକର୍ତ୍ତା ବିଜୟ କେତନ ଜେନା, ଆଶିଷ ସାମନ୍ତରାୟ, ସରୋଜ ପରିଡ଼ା, ଶୁଭେନ୍ଦୁ ପରିଡ଼ା ଓ ସଂଖ୍ୟାଲଘୁ ଯୁବନେତା ସେକ୍ ରାଜାଙ୍କ ନେତୃତ୍ୱରେ ଯୁବନେତାମାନେ ପିପିଲି ପେଟ୍ରୋଲ ଟାଙ୍କି ଛକ ଠାରୁ ଶୋଭାଯାତ୍ରାରେ ବାହାରି ସରକାର ବିରୋଧି ବିଭିନ୍ନ ନାରାଦେଇ ପିପିଲି ବଜାର ପରିକ୍ରମା କରିବା ସହ ପିପିଲି ହାଟଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଓଏସ୍‌ସିସି ଦୁର୍ନିୀତର ସିବିଆଇ ତଦନ୍ତ ଦାବି କରିଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories