www.samajalive.in
Saturday, December 6, 2025
26.1 C
Bhubaneswar

ଜାତି ଭିତ୍ତିକ ଜନଗଣନା କରାଯିବାକୁ କଂଗ୍ରେସ ନେତାଙ୍କ ଦାବି

ପାଟଣା : ପ୍ରତି ଦଶ ବର୍ଷରେ ହେଉଥିବା ସଦ୍ୟତମ ଜନଗଣନାରେ ଏସ.ଟି,ଏସ.ସି ବର୍ଗଙ୍କ ଭଳି ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ଗଣନା କରାଗଲେ ସାମାଜିକ, ଅର୍ଥନୈତିକ ଏବଂ ଜାତିଭିତ୍ତିକର ବାସ୍ତବିକ ପରିସଂଖ୍ୟାନ ସର୍ବସମ୍ମୁଖକୁ ଆସିପାରନ୍ତା । ଏହା ସାମାଜିକ, ଅର୍ଥନୈତିକ ପଛୁଆ ଅବହେଳିତ ବର୍ଗଙ୍କର ବାସ୍ତବିକ ତଥ୍ୟ ସରକାର ଜାଣିପାରନ୍ତେ ଏବଂ ଏମାନଙ୍କର ବିକାଶ ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇପାରନ୍ତା। ସ୍ୱାଧୀନତା ପରେ ପ୍ରଥମଥର ପାଇଁ ୨୦୧୧ ଜନଗଣନାରେ କେନ୍ଦ୍ରର କଂଗ୍ରେସ ସରକାର ଡିଜିଟାଲ ମାଧ୍ୟମରେ ରେ ସାମାଜିକ, ଅର୍ଥନୈତିକ ଓ ଜାତିଭିତ୍ତିକ ଜନଗଣନା କରିଥିଲେ ।
ଏହି ଜନଗଣନାରେ ଜାତିଭିତ୍ତିକ ଜନଗଣନା ନକରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।  ଏହାକୁ ପୁନଃ ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଜନଗଣନା କାର୍ୟ୍ୟାଳୟକୁ ଟ୍ୱିଟ ମାଧ୍ୟମ ରେ ଦାବି କରିଛନ୍ତି ପାଟଣା ନିର୍ବାଚନ ମଣ୍ଡଳୀ ର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ସାଧାରଣ ସମ୍ପାଦକ ଇଂ ବିନୋଦ ବିହାରୀ ନାଏକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ସରକାର ରାଜି ନହେଲେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଜାତିଭିତ୍ତିକ ଗଣନା କରାଇ ସାମାଜିକ, ଅର୍ଥନୈତିକ ଅବହେଳିତ ଜାତି ମାନଙ୍କର ଚିହ୍ନଟ କରନ୍ତୁ ଏବଂ ଏମାନଙ୍କର ବିକାଶ ପାଇଁ ଦୃଢ଼ ତତ୍ପର ହୁଅନ୍ତୁ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories