ପିପିଲି :ପିପିଲି ଥାନା ଅନ୍ତର୍ଗତ ମାଳିକପାଳି ଗ୍ରାମର ଅକ୍ଷୟ ବେହେରା ନାମକ ୪୨ ବର୍ଷୀୟ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ସରଣପଞ୍ଜର ସ୍ଥିତ ନୂଆପୋଖରୀରେ ରବିବାର ଦ୍ୱିପହର ସମୟରେ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଥାନାଧିକାରୀଙ୍କ ଅନୁପସ୍ଥିତରେ ଦାୟିତ୍ୱରେ ଥିବା ଅଧିକାରୀ ତଥା ଏସ୍ଆଇ ଭାସ୍କର ମାଣିଆଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ମଞ୍ଜୁ ଦେଇ ଡାକ୍ତରଖାନାରେ ପହଞ୍ôଚ ମୃତଦେହର ପଞ୍ଚାନାମା କରିବା ସହ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।



