www.samajalive.in
Saturday, December 6, 2025
14.1 C
Bhubaneswar

କଣାସର ରାଧାଶ୍ୟାମ ବିଶ୍ୱାଳଙ୍କୁ ରାଷ୍ଟ୍ରୀୟ ‘ନବନ୍ୱେଷୀ କୃଷକ ପୁରସ୍କାର’

ପିପିଲି :ପୁରୀ ଜିଲା କଣାସ ବ୍ଳକ ଅନ୍ତର୍ଗତ ଲୋକପାଳ ଗ୍ରାମର ସଫଳ ଚାଷୀ ରାଧାଶ୍ୟାମ ବିଶ୍ୱାଳଙ୍କୁ ଚଳିତ ବର୍ଷର ଜାତୀୟ ସ୍ତରୀୟ ମର୍ଯ୍ୟଦାଜନକ ‘ନବନ୍ୱେଷୀ କୃଷକ ପୁରସ୍କାର’ ପ୍ରଦାନ କରାଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌‌) ଅନ୍ତର୍ଗତ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ (ଆଇଏଆର୍‌‌ଆଇ) ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ‘ପୁଷା କୃଷି ବିଜ୍ଞାନ ମେଳା-୨୦୨୫’କୁ ଶନିବାର ତଥା ୨୨ ତାରିଖରେ ଉଦ୍‌‌ଘାଟନ କରିବା ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଶର ନବନ୍ୱେଷୀ କୃଷକ ମାନଙ୍କୁ ସଂବର୍ଦ୍ଧିତ କରିବା ଅବସରରେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନର ବିଭିନ୍ନ ପ୍ରଯୁକ୍ତିକୁ ଆପଣାଇଥିବା ଓଡିଶାର ସଫଳ ଚାଷୀ ରାଧାଶ୍ୟାମଙ୍କୁ ଏହି ସମ୍ମାନ ପ୍ରଦାନ କରି ସଂବର୍ଦ୍ଧିତ କରିଥିଲେ।

ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନ(ଆଇଆଇଡବ୍ଲ୍ୟୁଏମ୍‌‌)ର ବୈଜ୍ଞାନିକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଆଧୁନିକ କୃଷି ପଦ୍ଧତି ଯଥା ଶୁଷ୍କ ଜଳସେଚନ, ଧାନଚାଷରେ କ୍ରମାନ୍ୱୟ ଆର୍ଦ୍ରତା-ଶୁଷ୍କତା ପଦ୍ଧତି ଦ୍ୱାରା ଉତ୍ତମ ଜଳ ପରିଚାଳନା, ମଟାଳ ମାଟିରେ ବାଲି ମିଶ୍ରିତ କରି ଜମିକୁ ଚିନାବାଦାମ ଚାଷୋପଯୋଗୀ କରିବା, ପନିପରିବା ଚାଷ ଦ୍ୱାରା କୃଷିରେ ବିବିଧିକରଣ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ, କୃଷିରେ ଯାନ୍ତ୍ରୀକିକରଣ ଦ୍ୱାରା କୃଷି ଶ୍ରମିକଜନିତ ନିବେଶମୂଲ୍ୟ ହ୍ରାସ କରିବା ଆଦି ବିଭିନ୍ନ ପଦ୍ଧତିକୁ ଆପଣାଇ ରାଧାଶ୍ୟାମ ଜଣେ ସଫଳ କୃଷକ ଭାବେ ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କର ଏହି ସଫଳତା ତଥା ରାଷ୍ଟ୍ରୀୟ ସ୍ତରରେ ‘ନବନ୍ୱେଷୀ କୃଷକ ପୁରସ୍କାର’ ପାଇଁ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅର୍ଜ୍ଜମାଦତ୍ତ ଷଡଙ୍ଗୀଙ୍କ ସମେତ ସମସ୍ତ ବୈଜ୍ଞାନିକମାନେ ଶ୍ରୀବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories