www.samajalive.in
Monday, December 8, 2025
24.1 C
Bhubaneswar

ନିଶା ପାଇଁ କଫସିରପ ପିଇ ଯୁବବର୍ଗ ବିପଥଗାମୀ,ଔଷଧ ଦୋକାନୀ ମାଲାମାଲ

ପିପିଲି :ଶସ୍ତାରେ ଅଧିକ ନିଶାସକ୍ତ ହେବା ପାଇଁ ଅନେକ ନିଶାଖୋର ଯୁବକମାନେ କଫ୍‍ ସିରପ ଓ ନିଶାଯୁକ୍ତ ବଟିକାକୁ ଖାଇ ବିପଥଗାମୀ ହେଉଥିବା ବେଳେ ପିପିଲି ଅଞ୍ଚଳର କେତେକ ଔଷଧ ଦୋକାନୀ ବିନା ଡାକ୍ତରୀ ପ୍ରେସ୍‍କ୍ରିପସନରେ ଏହାକୁ ବହୁଳ ଭାବରେ ବିକ୍ରୟ କରି ମାଲାମାଲ ହେଉଥିବା ଜଣାଯାଇଛି । ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଉଦ୍‍ବେଗ ପ୍ରକାଶ ପାଇଛି ।
ସୂଚନା ମୁତାବକ, କାଶ ପାଇଁ ବ୍ୟବହାର କରାଯାଉଥିବା ଏକ ନିର୍ଦ୍ଦିଷ୍ଟ କଂପାନୀର କଫ୍‍ ସିରପ ଓ ବିଭିନ୍ନ କଂପାନୀର ନିଦ ବଟିକାକୁ ପିପିଲି ବ୍ଳକର ବିଭିନ୍ନ ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ କେତେକ ଔଷଧ ଦୋକାନୀ ନିଶାଖୋର ଯୁବକମାନଙ୍କୁ ବିନା ଡାକ୍ତରୀ ପ୍ରେସ୍‍କ୍ରିପସନରେ ବହୁଳ ଭାବରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ବିଶେଷ କରି ନୂଆ କରି ନିଶା ଖାଉଥିବା ଯୁବକ ମାନେ ଏହି ବର୍ଗର ଗ୍ରାହକ ଅଟନ୍ତି । କଫ୍‍ ସିରପ ଓ ନିଦ ବଟିକାକୁ ଡାକ୍ତରୀ ପ୍ରେସ୍‍କ୍ରିପସନରେ ବିକ୍ରୟ କରିବାର ନିୟମ ରହିଥିବା ବେଳେ ପିପିଲି ଅଞ୍ଚଳର ନିର୍ଦ୍ଦିଷ୍ଟ କେତେକ ଔଷଧ ଦୋକାନୀ ଏହି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ଅଭିଯୋଗ ହୋଇଛି । ବିନା ଡାକ୍ତରୀ ପ୍ରେସ୍‍କ୍ରିପସନରେ ଓ ବିନା ବିଲ୍‍ର ନିଶାଖୋର ଯୁବକମାନଙ୍କୁ ଏହି ଔଷଧ ଦୋକାନୀ ମାନେ ପ୍ରଚୁର ପରିମାଣରେ ଏକ ନିର୍ଦ୍ଦିଷ୍ଟ କଂପାନୀର କଫ୍‍ ସିରପ ଓ ନିଶା ବଟିକାକୁ ବିକ୍ରୟ କରୁଥିବା ଜଣାଯାଇଛି । ଉକ୍ତ କଫ ସିରପକୁ ପ୍ରତି ବୋତଲ ପିଛା ୫୦ରୁ ୧୫୦ ଟଙ୍କା ଅଧିକ ଦରରେ ବିକ୍ରୟ କରାଯାଉଥିବା ବେଳେ ଅନେକ ସମୟରେ ନିଶାଖୋର ଯୁବକଙ୍କ ଅବସ୍ଥାକୁ ଦେଖି ଔଷଧ ଦୋକାନୀ ମାନେ ସେମାନଙ୍କ ଠାରୁ ବହୁ ଅଧିକ ଅର୍ଥ ରଖି ଏହାକୁ ବିକ୍ରୟ କରୁଥିବା ସୂଚନା ମିଳିଛି ।  ନିଶାଖୋର ଯୁବକ ମାନଙ୍କର ଦୁର୍ବଳତାର ଫାଇଦା ଉଠାଇ ଔଷଧ ଦୋକାନୀମାନେ ମାଲାମାଲ ହେଉଥିବା ବେଳେ ଏଥିଯୋଗୁଁ ଯୁବବର୍ଗ ବିପଥଗାମୀ ହେଉଥିବା ଜଣାଯାଇଛି। ତେବେ ପିପିଲି ବ୍ଲକ ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ କେତେକ  ଦୋକାନ ଉପରେ ନିୟମିତ ଚଢାଉ କରାଗଲେ ଔଷଧ ନାମରେ ଏହି ନିଶା କାରବାର ବନ୍ଦ ହୋଇପାରନ୍ତା ବୋଲି ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି ।

ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ

ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା; ୧୮ ଲକ୍ଷ ମହିଳା ପାଇବେ

- Advertisement -

ଦେଖନ୍ତୁ ଭିଡିଓ; ମାଙ୍କଡକୁ ଯୁବକ ଦେଲେ ମଦ ବୋତଲ, ତା’ପରେ..

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories