ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ
ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ତମ ବାର୍ଷିକ କ୍ରୀଡା ଉତ୍ସବ ସୋମବାର ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଆୟୋଜିତ ଏହି ଦୁଇଦିନିଆ କ୍ରୀଡା ଉତ୍ସବକୁ ଭୁବନେଶ୍ୱର କମିଶନରେଟ୍ ପୁଲିସ ଏସିପି ଶରତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ସାହୁଙ୍କ ସମେତ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ତଥା ପିପିଲି ଶାନ୍ତି କମିଟିର ଅଧ୍ୟକ୍ଷ ବିକ୍ରମ କେଶରୀ ସିଂହ, ସଂପାଦକ ତଥା ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ, ଯୁଗ୍ମ ସଂପାଦକ ରମାକାନ୍ତ ନାୟକ, କୋଷାଧ୍ୟକ୍ଷ ତଥା ପିପିଲି ବଜାର ବ୍ୟବସାୟୀ ସଂଘ ସଭାପତି ରାକେଶ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶାରିରିକ, ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ କ୍ରୀଡାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ।
ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଜେମା ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଦୁଇଦିନିଆ କ୍ରୀଡା ଉତ୍ସବରେ ବିଦ୍ୟାମନ୍ଦିରର ୭ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ସୂଚନା ମିଳିଛି।
Comments are closed.