www.samajalive.in
Sunday, December 7, 2025
23.1 C
Bhubaneswar

୧୮ରେ ପିପିଲି ଆସିବେ ୫-ଟି ସଚିବ; ପ୍ରସ୍ତୁତି ଜୋରଦାର

ପିପିଲି: ୫-ଟି ସଚିବ ଭି.କେ ପାଣ୍ଡିଆନ ଆସନ୍ତା ୧୮ ତାରିଖରେ ପିପିଲି ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟାରେ ପାଣ୍ଡିଆନ ହେଲିକପ୍ଟର ଯୋଗେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନଠାରେ ପହଞ୍ଚିବେ। ସେଠାରେ ସେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିବେ। ସେଠାରୁ କାର୍‌‌ ଯୋଗେ ପିପିଲି ବ୍ଲକ ପରିସରସ୍ଥିତ ମିଶନ ଶକ୍ତି କାଫେକୁ ପରିଦର୍ଶନରେ ଆସି ସେଠାରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ପୁନର୍ବାର କାର୍‌‌ ଯୋଗେ ଇନ୍ଦିରା ମଇଦାନକୁ ଯାଇ ସେଠାରୁ ହେଲିକପ୍ଟର ଯୋଗେ ପରବର୍ତ୍ତି କାର୍ଯ୍ୟକ୍ରମ ସ୍ଥଳକୁ ଯିବାର ସୂଚନା ମିଳିଛି।

ପାଣ୍ଡିଆନଙ୍କ ଏହି ଗସ୍ତ ପାଇଁ ସମଗ୍ର ପିପିଲି ଅଞ୍ଚଳ ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ଇନ୍ଦିରା ମଇଦାନଠାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ୧୫ହଜାର ମହିଳା ଓ ପୁରୁଷଙ୍କ ପାଇଁ ସେଠାରେ ବିଶାଳ ଅସ୍ଥାୟୀ ସଭାମଞ୍ଚ ନିର୍ମାଣ ଚାଲିଛି। ଉକ୍ତ ସଭାସ୍ଥଳ ନିକଟରେ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଛି। ପୁରୀ ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ ଓ ଏସ୍‌‌ପି ଡକ୍ଟର କନୱର ବିଶାଲ ସିଂ ପ୍ରମୁଖ ମଙ୍ଗଳବାର ଅପରାହ୍ନରେ ପିପିଲି ଗସ୍ତରେ ଆସି ଉକ୍ତ ସଭାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର, ପୁଲିସ ଏସଡିପିଓ ବିରଞ୍ଚି ନାରାୟଣ ପତି, ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ୫-ଟି ସଚିବଙ୍କ ଗସ୍ତକୁ ସଫଳ କରିବା ପାଇଁ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିପଡ଼ିଥିବା ସୂଚନା ମିଳିଛି।

- Advertisement -

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories