କୃଷି ବିକାଶ କେନ୍ଦ୍ର ଉଦ୍‍ଘାଟିତ

ପିପିଲି:ବ୍ୟାଙ୍କ ଅଫ୍‍ ଇଣ୍ଡିଆ ପକ୍ଷରୁ ‘ଷ୍ଟାର କୃଷି ବିକାଶ କେନ୍ଦ୍ର’ର ଦ୍ୱିତୀୟ ଶାଖା ପିପିଲି ଠାରେ ଉଦଘାଟିତ ହୋଇଯାଇଛି। ଏହା ଦ୍ୱାରା ହିତାଧିକାରୀଙ୍କୁ ଶ୍ରୀଘ୍ର ଓ ସହଜରେ ବିଭିନ୍ନ ପ୍ରକାର କୃଷିଋଣ ପ୍ରଦାନ କରାଯାଇ ପାରିବ। ଏହି କେନ୍ଦ୍ର ଦ୍ୱାରା କୃଷକମାନେ ସହଜରେ କୃଷି ଋଣ ସମ୍ବନ୍ଧୀୟ ସୂଚନା ପାଇବା ସହ କିଶାନ କ୍ରେଡିଟ୍‍ କାର୍ଡ, କୁକୁଡା ଚାଷ, ମତ୍ସ୍ୟଚାଷ, ଛେଳି ଚାଷ ସମେତ କୃଷି ଯନ୍ତ୍ରପାତି କ୍ରୟ ଓ କୃଷିଜାତ ଦ୍ରବ୍ୟ ପରିବହନ ନିମନ୍ତେ ବିଭିନ୍ନ ପ୍ରକାର ଯାନ କ୍ରୟ ପାଇଁ କମ୍‍ ସମୟ ମଧ୍ୟରେ ସ୍ୱଳ୍ପ ସୁଧହାରରେ ଋଣ ପାଇପାରିବେ।

prayash

ପିପିଲି ମେଡିକାଲ ଛକ ସ୍ଥିତ ସୁଧା ମାର୍କେଟ୍‍ କଂପ୍ଲେକ୍ସ ପରିସରରେ ଥିବା ବିଓଆଇ ଶାଖା ପରିସରରେ ଏହି ‘ଷ୍ଟାର କୃଷି ବିକାଶ କେନ୍ଦ୍ର’କୁ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଭୁବନେଶ୍ୱରର ଆଞ୍ଚଳିକ ପ୍ରବନ୍ଧକ ମଳୟ ଦାସ ଏସ୍‍ ଉଦ୍‍ଘାଟନ କରିଥିଲେ। କୃଷକଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବା ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ବୋଲି ପିପିଲି ଶାଖା ପ୍ରବନ୍ଧକ ଗୋପାଳ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟାର କୃଷି ବିକାଶ କେନ୍ଦ୍ରର ନବ ନିଯୁକ୍ତ ଶାଖା ପ୍ରବନ୍ଧକ ନୂତନ ମିଶ୍ର, ପିପିଲି ବିଓଆଇ ଶାଖା ପ୍ରବନ୍ଧକ ଶ୍ରୀ ସାହୁ, ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଅଫିସର ଆସୋସିଏସନର ଅଧ୍ୟକ୍ଷ ସ୍ମୃତିରଞ୍ଜନ ସାହୁ, ସାଧାରଣ ସଂପାଦକ କମଳଜିତ ମହାପାତ୍ର, ପିପିଲି ବ୍ଲକ ସହ ଉଦ୍ୟାନ କୃଷି ଅଧିକାରୀ ବିଷ୍ଣୁପ୍ରୀୟା ବେହେରାଙ୍କ ସମେତ ଅନ୍ୟ ୨୦ଟି ଶାଖାର ଶାଖା ପ୍ରବନ୍ଧକ, ପିପିଲି ଅଞ୍ଚଳର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କେତେକ ଅଗ୍ରଣୀ ଚାଷୀମାନେ ଯୋଗଦେଇଥିଲେ।

kalyan agarbati

Comments are closed.