ପୋଖରୀରେ ବୁଡିଗଲେ ଦୁଇ ଭାଇ, ଜଣେ ଶିଶୁ ମୃତ
ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ସିରିଆପୁର ଗ୍ରାମରେ ଶନିବାର ଅପରାହ୍ନରେ ପୋଖରୀରେ ବୁଡି ଜଣେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅସାବଧାନତା ବସତଃ ଦୁଇ ଭାଇ ପୋଖରୀରେ ବୁଡି ଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ସେଠାରେ ଚିକିତ୍ସିତ ହେଉଥିବା ଓ ବିପଦମୁକ୍ତ ଥିବା ସୂଚନା ମିଳିଛି। ମୃତ ଶିଶୁ ଜଣକ ନିଜର ବଡବାପାଙ୍କ ପୁଅ(୫ବର୍ଷ) ସହ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମଳିଛି। ଏହାକୁ ନେଇ ସିରିଆପୁର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Comments are closed.