www.samajalive.in
Saturday, December 6, 2025
14.1 C
Bhubaneswar

ତେଇସିପୁର ପଞ୍ଚାୟତରେ ଗଡିଲା ବର୍ଜ୍ୟବସ୍ତୁ ପରିଚାଳନା ଗାଡି

ପିପିଲି :ପିପିଲି ବ୍ଲକର ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ଗ୍ରାମୀଣ ସ୍ୱଛ ଭାରତ ମିଶନ ଅଭିଯାନରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ସୁପରିଚାଳନା ପାଇଁ ତେଇସିପୁର ପଞ୍ଚାୟତକୁ ପ୍ରଥମେ ସାମିଲ କରାଯାଇଛି। ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ବାଲିଗାଁ ସ୍ଥିତ ଭକ୍ତ ଦାସିଆ ପୀଠରୁ ଶନିବାର ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଦୁଇଟି ବ୍ୟାଟେରୀ ଚାଳିତ ଗାଡିକୁ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଗାଡି ଦୁଇଟି ତେଇସିପୁର ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଯାଇ ସେଠାରେ ସ୍ୱଛ ଭାରତ ମିଶନ ଅଭିଯାନରେ ନିର୍ମାଣ କରାଯାଇଥିବା ସିମେଣ୍ଟ କୁଣ୍ଡରୁ କଠିନ ଓ ତରଳ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବୋଲି ସୂଚନା ମିଳିଛି। ଯାହାଦ୍ୱାରା ଗ୍ରାମ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ।
ଏହି ଅବସରରେ ଅନୁଷ୍ଠିତ ଜନସଚେତନତା ସଭାରେ ଅତିଥି ଭାବେ ବିଧାୟକ ରୁଦ୍ରପ୍ରତାପ, ପିପିଲି ବିଡିଓ ରଶ୍ମିତା ନାଥ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ, ସରପଞ୍ଚ ରଶ୍ମିତା ସେନାପତି, ପୁର୍ବତନ ଜିଲା ପରିଷଦ ସଭ୍ୟ କିଶୋର ଛୋଟରାୟ, ଜିଲା ପରିମଳ ବିଭାଗର ସଂଯୋଜକ ଦିପ୍ତି ପ୍ରଧାନ, ଶ୍ରୋତାସ୍ୱିନୀ ରାୟବିଧାର, ସ୍ୱଛଭାରତ ମିଶନର ଜିଲା ପ୍ରଶିକ୍ଷକ ଶ୍ରୀପତୀ ମହାପାତ୍ର, ପିପିଲି ବ୍ଲକ ସହକାରୀଯନ୍ତ୍ରୀ ବସନ୍ତ କୁମାର ସାହୁ, ଯନ୍ତ୍ରୀ ବିଶ୍ୱଜିତ ସ୍ୱାଇଁ, ପରିମଳ ବିଭାଗ ବ୍ଲକ ସଂଯୋଜକ ରଣଜିତ କୁମାର କର, ପୂର୍ବତନ ସରପଞ୍ଚ ନରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ଭାରତ ଅଭିଯାନର ମୂଳଲକ୍ଷ୍ୟ ଓ ସ୍ୱଛ ଓଡିଶା ସୁସ୍ଥ ଓଡିଶା ଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅଭିଯାନକୁ ସଫଳ କରିବା ପାଇଁ ବିଡିଓ ଶ୍ରୀମତୀ ନାଥ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ମହାସଂଘ ସଭାନେତ୍ରୀ ଉମାମଣୀ ରଥ, ଶାନ୍ତିଲତା ପରିଡା, ବରିଷ୍ଠନେତା ଇଶ୍ୱର ପ୍ରସାଦ ଦାଶ, କେଶବ ସେନାପତି, ଜିତେନ୍ଦ୍ର କୁମାର ବରାଳ, ଜୟନ୍ତ କୁମାର ଦାଶ, ସମାଜସେବୀ ଶେଖାୟତ ଖାଁ, ଦେବେନ୍ଦ୍ର ବେହେରା, ଜିଆର୍‍ଏସ୍‍ ଆଶ୍ରିତ ଦୀକ୍ଷିତ ପ୍ରମୁଖ ଯୋଗଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories